ଆସିପାରେ କରୋନା ବଜେଟ

ନୂଆଦିଲ୍ଲୀ,୨୦ ।୪: କରୋନା ବିରୋଧୀ ଲଢ଼େଇରେ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ଶିଳ୍ପଜଗତ ଲାଗି ଏବେ ଯାଏ କୌଣସି ବିଶେଷ ପ୍ୟାକେଜ ଘୋଷଣା ହୋଇଛନ୍ତି। ସରକାରଙ୍କ ଏ ନେଇ କିଭଳି କୌଶଳ ଅବଲମ୍ବନ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହାବାଦ୍‌ ଶିଳ୍ପଜଗତ ଏକ ଉନ୍ନତ ପ୍ୟାକେଜ ଆଶାରେ ରହିଛି। ଏ ନେଇ ବିଭିନ୍ନ କ୍ଷେତ୍ର ସେମାନଙ୍କ ବହୁ ଦାବି ସରକାରଙ୍କ ନିକଟରେ ରଖିଛନ୍ତି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାରକରି ଏକ ସ୍ବତନ୍ତ୍ର କରୋନା ବଜେଟ ଉପରେ ସରକାର ବିଚାର କରୁଥିବା କୁହାଯାଉଛି।
୨୦୨୦-୨୧ ବର୍ଷ ଲାଗି ସରକାର ଧାର୍ଯ୍ୟ କରିଥିବା ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ କରିବା ନେଇ ଆଶା ଦେଖାଯାଉନାହିଁ। ଅର୍ଥ ବ୍ୟବସ୍ଥାକୁ ବଞ୍ଚାଇବା ଏବଂ ଗତି ପ୍ରଦାନ କରିବା ଲାଗି ପ୍ୟାକେଜ ବାବଦକୁ ସରକାର ଯେତେ ଅଧିକ ବଡ ଘୋଷଣା କରିବେ ବିତ୍ତୀୟ ନିଅଣ୍ଟ ସେତେ ବଢ଼ିଯିବ। ନିକଟରେ ଘୋଷଣା କରାଯାଇଥିବା ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଦେଶର ମୋଟ ଜିଡିପିର ପ୍ରାୟ ୦.୭୦% ହେବ। ପ୍ରକ୍ରିୟା ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅର୍ଥ ବ୍ୟବସ୍ଥାକୁ ବଞ୍ଚାଇବା ପାଇଁ ପ୍ୟାକେଜରେ କାଟଛାଣ୍ଟ ନ କରିବାକୁ ଆର୍ଥତ୍କ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏହାର ବିଭିନ୍ନ ଦିଗ ଉପରେ ଏବେ ସରକାର ବିଚାର କରୁଛନ୍ତି। ଚୂଡ଼ାନ୍ତ ନିଷ୍ପତ୍ତି ଆଗାମୀ ଦିନରେ ଘୋଷଣା କରାଯିବ।
କରୋନା ବିରୋଧରେ ଲଢ଼େଇ ଲାଗି ସରକାର ସ୍ବତନ୍ତ୍ର ବଜେଟ ଆଣିବାର ବିଶେଷ ସମ୍ଭାବନା ରହିଛି। କାରଣ ୨୦୦୮-୦୯ ସମୟରେ ଉପୁଜିଥିବା ମାନ୍ଦାବସ୍ଥା ବିରୋଧରେ ଲଢ଼େଇ କରିବା ଲାଗି ସରକାର କିଛି ପଦକ୍ଷେପ ନେଇ ନ ଥିଲେ। ଏହି ଭୁଲ୍‌କୁ ଦୋହରାଇବାକୁ ବର୍ତ୍ତମାନର ସରକାର ଚାହୁଁନାହାନ୍ତି ବୋଲି କୁହାଯାଇଛି। ସେହି ସମୟର ତତ୍କାଳୀନ ସରକାର ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରି ନ ଥିଲେ। ଏଥିଯୋଗୁ ୨୦୦୮ର ବିତ୍ତୀୟ ନିଅଣ୍ଟ ୨.୭% ରହିଥିବା ବେଳେ ୨୦୦୯ରେ ଏହା ବୃଦ୍ଧି ଘଟି ୬%ରେ ପହଞ୍ଚିଥିଲା।
ଏହି ପ୍ରସଙ୍ଗ ଉପରେ ବଜାର ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି। ରେଟିଂ ଏଜେନ୍ସି କ୍ରିସିଲର ମୁଖ୍ୟ ଅର୍ଥନୀତିଜ୍ଞ ଡି.କେ.ଜୋଷୀ କହିଛନ୍ତି ଯେ, କରୋନା ସ୍ପେଶାଲ ଆକାଉଣ୍ଟିଂରୁ ଗୋଟିଏ ଫାଇଦା ହୋଇପାରେ। କେତେ ଖର୍ଚ୍ଚ ହେଉଛି ସେ ସମ୍ପର୍କରେ ଜଣାପଡିବ। ୟର୍ନଷ୍ଟ ଆଣ୍ଡ ୟଙ୍ଗର ମୁଖ୍ୟ ପଲିସି ପରାମର୍ଶଦାତା କହିଛନ୍ତି ଯେ, ସ୍ବତନ୍ତ୍ର କରୋନା ବଜେଟରେ ବିଶେଷ ଫାଇଦା ହେବାର ସମ୍ଭାବନା ନାହିଁ। କରୋନା ଉପରେ ହେଉଥିବା ଖର୍ଚ୍ଚକୁ ଅଲଗା ଭାବେ ଦର୍ଶାଯାଇପାରେ। ଚଳିତ ଆର୍ଥତ୍କ ବର୍ଷ ଲାଗି ଆସିଥିବା ବଜେଟ ଏବେ ପ୍ରାସଙ୍ଗିକତା ହରାଇଛି। ଏଭଳି ସ୍ଥିତିରେ କେନ୍ଦ୍ର ଏବଂ ରାଜ୍ୟଗୁଡିକ ନିଜ ବଜେଟକୁ ପୁନଃ ମୂଲ୍ୟାୟନ କରିବାକୁ ପଡିବ। ସମ୍ପୂର୍ଣ୍ଣ ଭାବେ ନୂଆ ବଜେଟ ଆଣିବାର ମଧ୍ୟ ଆବଶ୍ୟକତା ରହିଛି। ଖର୍ଚ୍ଚ ଏବଂ ରାଜସ୍ବ ଆକଳନ ଏବେ ବିଗିଡ଼ିଛି। ଏଭଳି ସ୍ଥିତିରେ ସରକାରଙ୍କୁ ବଜେଟର ପୁନଃ ମୂଲ୍ୟାଙ୍କନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ...

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବିଙ୍କ ସହ ଚକି ପେଷୁଛନ୍ତି ରାଜଶ୍ରୀ

ପାଟନା,୨୮।୪: ବିହାରରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦଳ ଏବଂ ବିରୋଧୀ ଦଳର ନେତାମାନେ ନିର୍ବାଚନ ବୈଠକ କରି ସେମାନଙ୍କ ସପକ୍ଷରେ ସର୍ବସାଧାରଣ ଭୋଟ...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri