ନୂଆଦିଲ୍ଲୀ,୨୪ା୯: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ୧୯ ବର୍ଷୀୟ ଛାତ୍ର ଅନୁରାଗ ଅନିଲ ବୋରକର ମେଡିକାଲ କଲେଜରେ ନାମଲେଖା ପାଇଁ ଯିବାର ନିର୍ଦ୍ଧାରିତ ଦିନରେ ଆତ୍ମହତ୍ୟା କରିଛନ୍ତି। ସେ ଏକ ଆତ୍ମହତ୍ୟା ନୋଟ୍ରେ ଲେଖିଥିଲେ ଯେ ସେ ଡାକ୍ତର ହେବାକୁ ଚାହୁଁ ନ ଥିଲେ।
ସିନ୍ଦେଓ୍ୱାହି ତାଲୁକାର ନାୱାରଗାଁର ଅନୁରାଗ ନୀଟ ୟୁଜି ୨୦୨୫ରେ ୯୯.୯୯ ପର୍ସେଣ୍ଟାଇଲ ସହ ଓବିସି ବର୍ଗରେ ୧୪୭୫ ଅଲ ଇଣ୍ଡିଆ ରାଙ୍କ ହାସଲ କରିଥିଲେ। ସେ ଉତ୍ତରପ୍ରଦେଶର ଗୋରଖପୁରରେ ଏମବିବିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଯିବାର ପ୍ରସ୍ତୁତି କରୁଥିଲେ। କିନ୍ତୁ, ନାୱାରଗାଁ ପୋଲିସ ଅନୁଯାୟୀ, ସେ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରୁ ଏକ ଆତ୍ମହତ୍ୟା ନୋଟ୍ ମିଳିଛି, ଯେଉଁଥିରେ ସେ ଡାକ୍ତର ହେବାକୁ ଅନିଚ୍ଛୁକ ଥିବା ଉଲ୍ଲେଖ କରିଥିଲେ। ଏହି ଘଟଣାର ତଦନ୍ତ ଚାଲିଛି।