କିନ୍ନର ସମାଜ ପାଇଁ ଗୌରବର ବିଷୟ : ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ୯ କିନ୍ନର

ଭଦ୍ରକ, ୩।୫(ସନାତନ ରାଉତ): କିନ୍ନର ସମାଜ ପାଇଁ ଗୌରବଆଣିଲେ ଭଦ୍ରକର ୯ କିନ୍ନର । ସଦ୍ୟ ପ୍ରକାଶ ପାଇଥିବା ମ୍ୟାଟ୍ରିକ ପରୀକ୍ଷାଫଳ ଅନୁସାରେ ଭଦ୍ରକ ଚରମ୍ପା ଅଂଚଳର ୯ ଜଣ କିନ୍ନର ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହା କିନ୍ନର ସମାଜ ପାଇଁ ଗର୍ବର ବିଷୟ ବୋଲି ଗୁରୁମାତା ସୌମ୍ୟା ଦାସ କହିଛନ୍ତି । ୪୪୦ ନମ୍ବର ରଖି ବି ୨ ଗ୍ରେଡ଼ରେ ଜୟନ୍ତୀ ପାତ୍ର, ୪୨୪ ନମ୍ବର ରଖି ବି ୨ ଗ୍ରେଡ଼ରେ ସାା ଚମ୍ପିଆ, ବି ୨ ରେ ସଞ୍ଜନା ସାସମଲ ୪୨୩, ଆଶୀର୍ବାଦ ସାହୁ ୪୨୩, ରାଜକିଶୋର ଦାସ ୪୨୨ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଗ୍ରେଡ ସିରେ ସସ୍ମିତା ବିନ୍ଧାଣୀ ୪୧୫, ଯଦୁନାଥ ହାଁସଦା ୪୦୭, ଜିତୁ ସ୍ବାଇଁ ୩୯୬ ଓ ସୀମା ଟାଙ୍ଗୁର ୩୯୫ ନମ୍ବର ରଖିଛନ୍ତି। ଆଗକୁ ଉଚ୍ଚ ଶିକ୍ଷା ଲାଭ କରି ସରକାରୀ ଚାକିରୀ କରି ରୋଜଗାରକ୍ଷମ ହେବା ସହ ସମାଜ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲ ସେମାନେ କହିଛନ୍ତି ।