ନୂଆଦିଲ୍ଲୀ,୮।୮: କେନ୍ଦ୍ର ସରକାର ଶୁକ୍ରବାର ଆନ୍ଧ୍ର ପ୍ରଦେଶ, କୋଲକତା, ଦିଲ୍ଲୀ, ଛତିଶଗଡ଼ ଏବଂ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ୯ ଜଣ ବିଚାରପତିଙ୍କ ନିଯୁକ୍ତି କରିଛନ୍ତି। କେନ୍ଦ୍ରୀୟ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ନିଯୁକ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।
ମେଘୱାଲ କହିଛନ୍ତି ଯେ, ଭାରତୀୟ ସମ୍ବିଧାନ ଅନୁଯାୟୀ ପ୍ରଦତ୍ତ କ୍ଷମତା ଅନୁସାରେ ଭାରତର ରାଷ୍ଟ୍ରପତି ଭାରତର ମୁଖ୍ୟ ବିଚାରପତିଙ୍କ ପରାମର୍ଶ କ୍ରମେ ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ବିଚାରପତି ଏବଂ ଅତିରିକ୍ତ ବିଚାରପତିଙ୍କ ନିଯୁକ୍ତି କରିଛନ୍ତି।
କେଉଁମାନେ କେଉଁଠି ନିଯୁକ୍ତ ହେଲେ?
ବିଚାରପତି ହରିନାଥ ନୁନେପଲ୍ଲୀ: ଅତିରିକ୍ତ ବିଚାରପତିରୁ ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ।
ବିଚାରପତି କିରଣମୟୀ ମାଣ୍ଡୱା ଓ କିରଣମୟୀ କନପାର୍ଥି: ଅତିରିକ୍ତ ବିଚାରପତିରୁ ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ।
ବିଚାରପତି ସୁମତି ଜଗଦମ: ଅତିରିକ୍ତ ବିଚାରପତିରୁ ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ।
ବିଚାରପତି ନ୍ୟାପତି ବିଜୟ: ଅତିରିକ୍ତ ବିଚାରପତିରୁ ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ।
ବିଚାରପତି ପାର୍ଥ ସାରଥୀ ସେନ: ଅତିରିକ୍ତ ବିଚାରପତି ରୁ କଲିକତା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ।
ବିଚାରପତି ଅପୂର୍ବ ସିନ୍ହା ରାୟ: ଅତିରିକ୍ତ ବିଚାରପତିରୁ କଲିକତା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ।
ବିମଲ କୁମାର ଯାଦବ: ନ୍ୟାୟିକ ଅଧିକାରୀରୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ।
ବିଚାରପତି ରବୀନ୍ଦ୍ର କୁମାର ଅଗ୍ରୱାଲ: ଅତିରିକ୍ତ ବିଚାରପତିରୁ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ।
ବିଚାରପତି ଗୁରୁସିଦ୍ଧୈୟା ବସବରାଜ: ଅତିରିକ୍ତ ବିଚାରପତିରୁ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ।
କଲିକତା ଉଚ୍ଚ ନ୍ୟାୟାଳୟରେ ଅତିରିକ୍ତ ବିଚାରପତିଙ୍କ ନିଯୁକ୍ତିଏହା ସହିତ କେନ୍ଦ୍ର ସରକାର ଶୁକ୍ରବାର ଦିନ କଲିକତା ଉଚ୍ଚ ନ୍ୟାୟାଳୟରେ ୭ ଜଣ ଅତିରିକ୍ତ ବିଚାରପତିଙ୍କୁ ୧ ବର୍ଷର ନୂଆ କାର୍ଯ୍ୟକାଳ ପାଇଁ ନିଯୁକ୍ତ କରିଛନ୍ତି। କେନ୍ଦ୍ରୀୟ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ନିଯୁକ୍ତିକୁ ‘ଏକ୍ସ’ ମାଧ୍ୟମରେ ଅଧିସୂଚିତ କରିଛନ୍ତି। ନିମ୍ନଲିଖିତ ନ୍ୟାୟମୂର୍ତ୍ତିମାନଙ୍କୁ ୩୧ ଅଗଷ୍ଟ ୨୦୨୫ରୁ ଆରମ୍ଭ ହେବାକୁ ଥିବା ୧ ବର୍ଷର କାର୍ଯ୍ୟକାଳ ପାଇଁ କଲିକତା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ କରାଯାଇଛି:
ବିଚାରପତି ବିଶ୍ୱରୂପ ଚୌଧୁରୀ
ବିଚାରପତି ପ୍ରସେନଜିତ ବିଶ୍ୱାସ
ବିଚାରପତି ଉଦୟ କୁମାର
ବିଚାରପତି ଅଜୟ କୁମାର ଗୁପ୍ତା
ବିଚାରପତି ସୁପ୍ରତିମ ଭଟ୍ଟାଚାର୍ଯ୍ୟ
ବିଚାରପତି ପି.ଏସ. ଚାଟାର୍ଜୀ
ବିଚାରପତି ଏମ.ଡି. ଶବ୍ବର ରଶିଦୀ
ଏହି ନିଯୁକ୍ତିଗୁଡ଼ିକ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ଅନୁଯାୟୀ କରାଯାଇଛି ବୋଲି ଏକ୍ସରେ ପୋଷ୍ଟ ମାଧ୍ୟମରେ ଜଣାପଡ଼ିଛି।