ଏହିଦିନ ଳାଗୁ ହେବ ୮ମ ବେତନ କମିଶନ! ଏହି କର୍ମଚାରୀଙ୍କ ୩ଗୁଣା ବଢିବ ଦରମା

ନୂଆଦିଲ୍ଲୀ,୧୧।୪:ଅଷ୍ଟମ ବେତନ ଆୟୋଗ ଲାଗୁ ହେବା ପରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା କେତେ ବୃଦ୍ଧି ପାଇବ ସେ ନେଇ ଅନେକ ଆଲୋଚନା ହେଉଛି। ଅନେକ ଭାବୁଛନ୍ତି କର୍ମଚାରୀଙ୍କ ଦରମାରେ ୧୮୬% ବୃଦ୍ଧି ପାଇବ । ୧୮୬% ଅର୍ଥ ହେଉଛି ଯାହାର ଦରମା ବର୍ତ୍ତମାନ ୫୦ ହଜାର ଟଙ୍କା ସେମାନେ ପାଖାପାଖି ୧ ଲକ୍ଷ ୫୦ ହଜାର ଟଙ୍କାକୁ ବୃଦ୍ଧି ପାଇବ । କିନ୍ତୁ ପ୍ରକୃତରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କେତେ ପ୍ରତିଶତ ବୃଦ୍ଧି ପାଇବ ତାହା ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ହିଁ ବୃଦ୍ଧି ପାଇବ ।

କିନ୍ତୁ କିଛି ସାମ୍ପ୍ରତିକ ରିପୋର୍ଟ ମଧ୍ୟ ଆସିଛି ଯେଉଁଥିରେ କୁହାଯାଇଛି ଯେ ଦରମା ବୃଦ୍ଧି କେବଳ ୧୦ ରୁ ୩୦ ପ୍ରତିଶତ ହେବ। ଏହାଠାରୁ ଅଧିକ ନୁହେଁ । ଏହାର ଅର୍ଥ ହେଉଛି ଯିଏ ୫୦ ହଜାର ଟଙ୍କା ବେତନ ପାଉଛନ୍ତି, ତାଙ୍କର ସର୍ବାଧିକ ଦରମା ୬୦ରୁ ୬୫ ହଜାର ଟଙ୍କା ମଧ୍ୟରେ ହିଁ ରହିବ ।

କେନ୍ଦ୍ର ସରକାର ଅଷ୍ଟମ ବେତନ ଆୟୋଗ ଲାଗୁ ହେବା ନେଇ ସରକାର ଘୋଷଣା କରିଛନ୍ତି । ଯାହା ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ରିପୋର୍ଟ ଉପସ୍ଥାପନ କରିବ। ଏହା ସହିତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି ।

ଜଣେ ପିଅନ କିମ୍ବା ଆଟେଣ୍ଡାଣ୍ଟ ପୋଷ୍ଟରେ ଥିବା କର୍ମଚାରୀଙ୍କ ଅତି କମ ଦରମା ୫୧,୪୮୦ ଟଙ୍କା ହେବ । ସେହିଭଳି ଜଣେ ଲୋୟର ଡିଭିଜନ କ୍ଲର୍କଙ୍କ ଦରମା ୧୯,୯୦୦ ଟଙ୍କାରୁ ବଢି ୫୬,୯୧୪ ଟଙ୍କା ହେବ । ସେହିଭଳି ଫିଟମେଣ୍ଟ ଫ୍ୟାକ୍ଟର ୨.୮୬କୁ ବଢିଲେ ଜଣେ କନଷ୍ଟେବଲଙ୍କ ଦରମା ୨୧,୭୦୦ ଟଙ୍କାରୁ ବୃଦ୍ଧି ପାଇ ୬୨,୦୬୨ ଟଙ୍କା ହୋଇଯିବ । ସେହିଭଳି ଜୁନିୟର କ୍ଲର୍କଙ୍କ ଦରମା ୨୫,୫୦୦ ରୁ ୭୨,୯୩୦ ଟଙ୍କା ହୋଇଯିବ । ଆଉ ଟେକନିକାଲ ଷ୍ଟାଫଙ୍କ ଦରମା ୨୯,୨୦୦ରୁ ୮୩,୫୧୨ ଟଙ୍କା ହୋଇଯିବ ।

ସପ୍ତମ ବେତନ ଆୟୋଗର କାର୍ଯ୍ୟକାଳ ୨୦୨୫ ଡିସେମ୍ବର ୩୧ ରେ ଶେଷ ହେବ । ଯାହାକି ୨୦୧୬ ଜାନୁଆରୀ ୧ ତାରିଖରେ କାର୍ଯ୍ୟକାରୀ ହୋଇଥିଲା । ତେଣୁ ୧୦ ବର୍ଷ ପୂରଣ ହେବା ପରେ ତାହା ଶେଷ ହେବ । ଏହିପରି, ୨୦୨୬ ଜାନୁଆରୀ ୧ ରୁ ଅଷ୍ଟମ ବେତନ ଆୟୋଗ କାର୍ଯ୍ୟକାରୀ ହେବ । କିନ୍ତୁ କର୍ମଚାରୀଙ୍କ ନୂଆ ଦରମା ଏବଂ ପେନସନ କିନ୍ତୁ ୨୦୨୭ରୁ ହିଁ ମିଳିବା ନେଇ ଣୁଣିବାକୁ ମିଳୁଛି ।