୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା ଜଣାପଡିଛି। ୩ଜଣଙ୍କୁ ଅଟକ ରଖାଯାଇଛି।
ଜାତୀୟ ରାଜପଥ ୨୦ ପାର୍ଶ୍ୱ ଘସିପୁରା ଅଞ୍ଚଳର ଏକ ହୋଟେଲ ଆଗରେ ୨ଟି କାର୍‌ ରଖି ୫ ଜଣ ଖାଦ୍ୟ ଖାଉଥିବା ବେଳେ କେନ୍ଦୁଝର ପୋଲିସର ଏକ ସ୍ପେଶାଲ ସ୍କ୍ବାଡ୍‌ ସମେତ ଘସିପୁରା ଥାନା ପୋଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲା। ସେଠାରୁ ଗଞ୍ଜେଇ ଜବତ କରାଯିବା ସହ ହେମନ୍ତ ବେହେରା, ରାଜେଶ ପାତ୍ର, ମିଶ୍ର ବେହେରାଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି  । ସମସ୍ତ ଗଞ୍ଜେଇ ଚଲାଣକାରୀ କେନ୍ଦୁଝର ଜିଲା ବାଂଶପାଳ ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ସେମାନେ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଓ କେଉଁଆଡେ ନେଉଥିଲେ ତାର ତଦନ୍ତ ଜାରି ରହିଛି।
Dharitri – Odisha’s No.1 Odia Daily