ଭଦ୍ରକ,୩।୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଏବେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋରଦାର ଚାଲିଥିବା ବେଳେ ବାସୁଦେବପୁର ପୋଲିସ ମଙ୍ଗଳବାର ରାତିରେ ସହରରେ ବିଭିନ୍ନ ସ୍ଥାନରେ ଘରଭଡା ନେଇ ଫେରି କରୁଥିବା ୮ ଜଣଙ୍କୁ ଥାନାକୁ ଉଠାଇ ନେଇଥିଲେ। ରାତିରେ ଏସ୍ପି ମନୋଜ ରାଉତ ବାସୁଦେବପୁର ଥାନାରେ ପହଞ୍ଚି ସେମାନଙ୍କୁ ପଚରାଉଚୁରା କରିଥିଲେ। ସେମାନଙ୍କ ଭୋଟର, ଆଧାର କାର୍ଡ ସହ ଅନ୍ୟନ୍ୟ କାଗଜ ପତ୍ର ଯାଞ୍ଚ କରିଥିଲେ । ସେମାନେ ସମସ୍ତେ ପଶ୍ଚିମବଙ୍ଗ ମୁରସିଦାବାଦ ଅଞ୍ଚଳର ଜଣା୍ପଡିବା ପରେ ସେମାନଙ୍କୁ ଛାଡି ଦିଆଯାଇଥିବା ପୋଲିସ କହିଛି। ଏପର୍ଯ୍ୟନ୍ତ ଜିଲାରେ ୩ ଶହରୁ ଊର୍ଦ୍ଧ୍ୱ ବଙ୍ଗଳା ଭାଷା କହୁଥିବା ଲୋକଙ୍କୁ ଥାନାକୁ ଆଣି ଯାଞ୍ଚ କରାଗଲାଣି । ବିଶେଷ କରି ସାମୁଦ୍ରିକ ଥାନା ଅଞ୍ଚଳରେ ଚିହ୍ନଟ ପ୍ରକ୍ରିୟାକୁ କଡାକଡି କରାଯାଉଛି ବୋଲି ଏସ୍ପି କହିଛନ୍ତି ।