ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା ଦୌରାଜଜ୍ ପ୍ରଦୀପ ସାମଲ ଏହି ମାମଲାର ବିଚାର କରି ୮ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
୨୦୧୨ ଫେବୃଆରୀ ୨୦ ତାରିଖ ଶିବରାତ୍ର ଦିନ ରାତି ୯ଟାରେ ଦୟାପଲ୍ଲୀ ଗ୍ରାମରେ ଅନୁସୂଚିତ ଜାତିର ଗୋଷ୍ଠୀ ଏବଂ ବେଲାମା ସମାଜର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ଉଗ୍ରରୂପ ନେଇଥିଲା । ଦୟାପଲ୍ଲୀ ଗ୍ରାମ ଶିବମନ୍ଦିରରେ ବେଲମା ଗୋଷ୍ଠୀର ଲୋକେ ଆଲୋକୀକରଣ ପାଇଁ ସଜସଜ୍ଜା କରୁଥିବା ବେଳେ ଅନୁସୂଚିତ ଜାତି ଗୋଷ୍ଠୀର କୈଳାସ ଦାସ ସେମାନଙ୍କୁ ଗାଳିଗୁଲଜ କରିଥିଲେ । ଏହା ଜାଣିବା ପରେ ସେଠାରେ ବେଲମା ଗୋଷ୍ଠୀର ଅନ୍ୟ ଲୋକମାନେ ପହଞ୍ଚତ୍ କୈଳାସଙ୍କୁ ଗାଳିଗୁଲଜ କରିଥିଲେ । ପରେ ସେଠାରେ ଅନୁସୂଚିତ ଜାତିର ଗୋଷ୍ଠୀର ଲୋକେ ମଧ୍ୟ ପହଞ୍ଚତ୍ଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାର ପରଦିନ ୨୧ରେ ବେଲମା ଗୋଷ୍ଠୀର ସାକା ପୀତାମ୍ବର, ଦୁବ ପୀତାମ୍ବର ଓ ସାଲା ଦେବରାଜ ଖଳାରୁ କାମ ସାରି ଫେରୁଥିବା ବେଳେ ପୂର୍ବରୁ ଶିବମନ୍ଦିର ନିକଟରେ ଅନୁସୂଚିତ ଜାତି ଗୋଷ୍ଠୀର ଲୁଚି ରହିଥିବା ଲୋକମାନେ ଖଣ୍ଡା, କାତି, ଠେଙ୍ଗାରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଘଟଣାରେ ସାକା ପୀତାମ୍ବରଙ୍କ ମୃତ୍ୟୁ ହୋଇଥିଲା। ଦୁବ ଓ ସାଲା ଗୁରୁତର ହୋଇଥିଲେ ।
ଦୁବଙ୍କ ଅଭିଯୋଗକ୍ରମେ ହିଞ୍ଜିଳି ଥାନାରେ ୩୪/ ୨୦୧୨ ଏକ ମାମଲା ରୁଜୁ କରି ତତ୍କାଳୀନ ତଦନ୍ତ ଅଧିକାରୀ ଅଜୟ ବାରିକ ୨୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲଣ କରିଥିଲେ। ପରେ ଏସଟି ୫୨/୧୩ ମାମଲା କୋର୍ଟରେ ବିଚାରଧୀନ ଥିଲା । ବିଚାପରପତି ୧୪ ଜଣଙ୍କ ସାକ୍ଷ୍ୟ, ପ୍ରମାଣକୁ ଆଧାର କରି ୩ଟି ଦଫାର ବିଚାର କରିଥିଲେ । ୩୦୨ ଦଫା ସାକା ପିତାମ୍ବରଙ୍କୁ ହତ୍ୟା ଘଟଣାରେ ଅନୁସୂଚିତ ଜାତି ଗୋଷ୍ଠୀର ଦୟାପଲ୍ଲୀ ଗ୍ରାମର କୈଳାସ ଦାସ, ଦାଶରଥୀ ଦାସ, ସଦାନନ୍ଦ ଦାସ, ଅଲେଖ ଦାସ, ଅଭି ଦାସ, ରିଙ୍କୁ ଦାସ, ଅମିନ ଦାସ ଓ ଫୁଲଟା ଗ୍ରାମର କାଳୁ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରା ଦଣ୍ଡରେ ଦଣ୍ଡିତ କରି ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦାୟ ସ୍ଥଳେ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି ।
ସେହିପରି ଦୁବ ପିତାମ୍ବର ଓ ସାଲା ଦେବରାଜଙ୍କୁ ମରଣାନ୍ତକ ଆକ୍ରମଣ ମାମାଲାରେ ୩୦୭ ଦଫାର ବିଚାରଣ କରି ଉପରୋକ୍ତ ଅଭିଯୁକ୍ତମାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅତିରିକ୍ତ ୩ ମାସ ଜେଲ ଦଣ୍ଡ ଏବଂ ୧୪ ୮ ଦଫା ସଙ୍ଘବଦ୍ଧ ଆକ୍ରମଣ ମାମଲାରେ ସେହି ଅଭିଯୁକ୍ତମାନଙ୍କୁ ୨ ବର୍ଷ ଲେଖାଁଏ ସସ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅନ୍ୟପକ୍ଷରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅନ୍ୟ ୧୫ ଜଣ ଅଭିଯୁକ୍ତଙ୍କନିର୍ଦ୍ଦୋାଷରେ ଖଲାସ କରିଛନ୍ତି । ସରକାରଙ୍କ ପକ୍ଷରୁ କ୍ୟାଡର ଅତିରିକ୍ତ ପିପି ନିହାର ରଞ୍ଜନ ଜେନା ମକଦ୍ଦମା ପରିଚାଳନା କରିଥିବା ବେଳେ ସରକାରୀ ଓକିଲ ପ୍ରଦୀପ ପାଢୀ ଓ ଗଙ୍ଗାଧର ପଣ୍ଡା ସହଯୋଗ କରୁଥିଲେ ।