ସାଲେପୁର, ୧୯/୮(ଅରବିନ୍ଦ ଭୂୟାଁ): ସାଲେପୁରକୁ ଏନଏସି ଘୋଷଣାରୁ ବାଦ ଦେବା ପ୍ରତିବାଦରେ ଆଜି ୮ ଘଣ୍ଟିଆ ସାଲେପୁର ବନ୍ଦ ଡାକରା ଦିଆଯାଇଛି। ସାଲେପୁର ବିଜୁ ଜନତା ଦଳ ପକ୍ଷରୁ ଆଜି ସାଲେପୁର ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦେଇଛି ଦଳ ।
ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ସାଲେପୁର କୁଆଁପାଳ ଛକରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଛି । ରାଜ୍ୟ ସରକାରଙ୍କ ବିରୋଧରେ ବିଧାୟକଙ୍କ ସହ ବହୁ କର୍ମୀ ଓ ସାଧାରାଣ ଲୋକମଧ୍ୟ ଏହି ବନ୍ଦରେ ସାମିଲ ହୋଇ ନାରାବାଜି କରୁଛନ୍ତି । ଗାଡି ମଟର, ଦୋକାନ ବଜାର ବନ୍ଦ ସହିତ ସରକାରୀ ଓ ବେସରକାରୀ ସ୍କୁଲ,କଲେଜ,ସରକାରୀ କାର୍ଯ୍ୟାଳୟ ମଧ୍ୟ ସଂଗଠନ ପକ୍ଷରୁ ବନ୍ଦ କରାଯାଇଛି।