ଯୁଦ୍ଧବିମାନରୁ ଜନବସତି ଅଞ୍ଚଳରେ ଖସିଲା ୮ ବୋମା

ସିଓଲ,୬।୩: ଆମେରିକା ସେନା ସହ ମିଳିତ ସମରାଭ୍ୟାସ ବେଳେ ଦକ୍ଷିଣ କୋରିଆର ୨ଟି ଯୁଦ୍ଧବିମାନ ଭୁଲ୍‌ବଶତଃ ୮ଟି ବୋମା ଜନବସତି ଅଞ୍ଚଳରେ ଖସାଇଥିଲେ। ଏଥିରେ ୧୫ ଜଣ ଆହତ ହେବା ସହ କେତେକ ଘର କ୍ଷତିଗ୍ରସ୍ତ ହୋଇଛି।

କେଏଫ୍‌-୧୬ ଯୁଦ୍ଧବିମାନରୁ ଫାୟାରିଂ ରେଞ୍ଜ୍‌ ବାହାରେ ଏମ୍‌କେ-୮୨ ବୋମା ଖସିଥିଲା ବୋଲି ଦକ୍ଷିଣ କୋରିଆ ବାୟୁସେନା ପକ୍ଷରୁ କୁହାଯାଇଛି। କ’ଣ ପାଇଁ ବୋମା ଖସିଲା ଏବଂ ସାଧାରଣ ନାଗରିକଙ୍କର କେତେ କ୍ଷୟକ୍ଷତି ହୋଇଛି, ତାହା ଅନୁଧ୍ୟାନ ପାଇଁ ବାୟୁସେନା ଏକ କମିଟି ଗଠନ କରିଛି। ଆମେରିକା ସେନା ସହ ଗୋଟିଏ ଦିନର ଫାୟାରିଂ ଡ୍ରିଲ୍‌ ବେଳେ ଏଭଳି ଅଘଟଣ ଘଟିଛି।