କଳାହାଣ୍ଡିରେ ୭୭ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ :  ଯୋଗଦେଲେ ଜଙ୍ଗଲ, ପରିବେଶ ମନ୍ତ୍ରୀ

ଭବାନୀପାଟଣା,୨୬।୧( ଉତ୍ତମ କୁମାର ଦାଶ ): କଳାହାଣ୍ଡିରରେ ସୋମବାର ୭୭ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଭବାନୀପାଟଣା ରିଜର୍ଭ ପଡିଆଠାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲାବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ॥
ମନ୍ତ୍ରୀ ଖୁଣ୍ଟିଆ ଜିଲାର ବିକାଶ ପାଇଁ ଆମ ସରକାର ସବୁବେଳେ ତତ୍ପର ବୋଲି ମତବ୍ୟକ୍ତ କରିବା ସହ ଜିଲାର ଏତିହ୍ୟ, କଳା ନେଇ ମଧ୍ୟ ମତ ବ୍ୟକ୍ତ କରିଥିଲେ । ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଲୋକସଭା ଏମ୍‌ପି ମାଳବିକା ଦେବୀ, ଜିଲାପାଳ ପାୱାର ସଚିନ ପ୍ରକାଶ,  ଜିଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବର କୋଣ୍ଡା ପ୍ରମୁଖ ଯୋଗଦେଇ ପ୍ୟାରେଡରେ ମଧ୍ୟ ଅଭିବାଦନ ଗ୍ରହଣ କରିଥିଲେ। .େତେ୍େତେ
Dharitri – Odisha’s No.1 Odia Daily

Share