ଦିଗପହଣ୍ଡିରେ ୭୬ ତମ ସାଧାରଣତନ୍ତ୍ର ଦିବସ: ଜାଣନ୍ତୁ କିଏ କେଉଁଠିକ କଲେ ପତାକା ଉତ୍ତୋଳନ

ଦିଗପହଣ୍ଡି,୨୬।୧(ଅଶେଷନାଥ ମିଶ୍ର): ଗଞ୍ଜାଜିଲା ଦିଗପହଣ୍ଡି ବିଜ୍ଞାପିତଅଞ୍ଚଳ ପରିଷଦ ସମେତ ବ୍ଳକର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ରବିବାର ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଦିଗପହଣ୍ଡି ଜେଏମ୍‌ଏଫ୍‌ସି କୋର୍ଟରେ ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଖେମୁଣ୍ଡି ଓକିଲ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ସଭାପତି ହରପ୍ରସାଦ ରଥ ପତାକା ଉତ୍ତୋଳନ କରିଥିଲେ। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼.ଅଶୋକ କୁମାର କର୍ଣ୍ଣଙ୍କ ସଂଯୋଜନାରେ ବଜାରସାହି ଗାନ୍ଧୀ ଛକଠାରେ ନଗରପାଳ ପ୍ରଫୁଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଉପାଧ୍ୟକ୍ଷା କେ . ପୂଜା ଏବଂ ସମସ୍ତ କାଉନସିଲର ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ସହ ପରିଶେଷରେ ଏନ୍‌ଏସି ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସେହିପରି ଦିଗପହଣ୍ଡି ତହସିଲଦାର ଅନିତା ସାହୁ ତହସିଲ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ। ବ୍ଲକ କାର୍ଯ୍ୟାଳୟ, ଦିଗପହଣ୍ଡି ପୋଲିସ ଥାନା କାର୍ଯ୍ୟାଳୟ, ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ, ସମନ୍ବିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟ,ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ଘୋଡାହାଡ ଜଳସେଚନ ବିଭାଗ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ,ଅବକାରୀ ଥାନା, କୃଷି ଜିଲା କାର୍ଯ୍ୟାଳୟ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ପ୍ରଧାନଶିକ୍ଷୟତ୍ରୀ ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କ ଉପସ୍ଥିତିରେ ମହାସମାରୋହରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।