ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଦନପୁର ରାମପୁର ରାଜପରିବାର ସଦସ୍ୟ ତଥା ଯୁବନେତା ନୀଳମାଧବ ସିଂଦେଓ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନାକରିବା ସହ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀରାମଜୀ କମିଟି ସଭାପତି ବିଦେଶ ଘିଭେଲା, ଉପସଭାପତି ସୁମନ୍ତ ମାଝୀ, ସମ୍ପାଦକ ସୁରେଶ ଚନ୍ଦ୍ର ଘିଭେଲା ପ୍ରମୁଖ ମଞ୍ଚାସୀନ ଥିଲେ। ମଞ୍ଚ ପରିଚାଳନା କରିଥିଲେ ସୁମନ୍ତ ମାଝୀ। ଖବରଦାତା ସୁଶାନ୍ତ ମଲ୍ଲିକ, ଅମୀୟ ଶତପଥୀ, ସାମାଜିକ କର୍ମୀ ପିଣ୍ଟୁ ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଆସନ୍ତା ୧୦ ତାରିଖରୁ ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Share