ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ

ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ, ଜିଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଜିଲା ପର୍ଯ୍ୟଟନ ଅଧିକାରୀ ଘନଶ୍ୟାମ ମୁଣ୍ଡ ପ୍ରମୁଖ ସବୁଜ ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ। ତୀର୍ଥଯାତ୍ରୀଙ୍କୁ ଜିଲାପାଳ ମଧୁସୂଦନ ଦାଶ ଓ ଜିଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂ ଗୋଲାପ ଫୁଲ ଦେଇ ଶୁଭ କାମନା କରିଥିଲେ। ଦୁଇଜଣ ସହାୟକଙ୍କ ସହ ଦୁଇଟି ସ୍ବତନ୍ତ୍ର ବସ୍‌ରେ ସମସ୍ତେ ରାୟଗଡା ଯାତ୍ରା କରିଛନ୍ତି। ସୋମବାର ଅନ୍ୟ ୬ ଜିଲାର ତୀର୍ଥଯାତ୍ରୀଙ୍କ ସହ ମିଶି ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ରାମେଶ୍ୱର ଯାତ୍ରା କରିବେ। ଆସନ୍ତା ୨୦ରେ ସମସ୍ତେ ନିଜ ଜିଲାକୁ ପତ୍ୟାବର୍ତ୍ତନ କରିବେ।

Dharitri – Odisha’s No.1 Odia Daily