୭୨ ବର୍ଷର ମଦ କିଣିବାକୁ ଲୋକଙ୍କ ପ୍ରବଳ ଭିଡ଼, ଦାମ୍‌ ରହିଛି ଆକାଶଛୁଆଁ

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ମହଙ୍ଗାରୁ ମହଙ୍ଗା ମଦ କିଣିବାରେ ସଉକ ରଖିଥାନ୍ତି। ଏପରିକି ଗୋଟିଏ ମଦ ବୋତଲର ଦାମ୍‌ ଏତେ ଯେ, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏମିତି ଏକ ଖବର ଶୁଣିବାକୁ ମିଳିଛି ହଂକଂରେ । ଯେଉଁଠି ୩୯ ଲକ୍ଷ ଟଙ୍କାରେ ଏକ ମଦ ବୋତଲ ନିଲାମ ହୋଇଛି।


ଆପଣ ଭାବୁଥିବେ ଇଏ ଏମିତି କେଉଁ ମଦ ଯେ ଏହାର ଦାମ୍‌ ଏତେ। କ’ଣ ଏହାର ସ୍ବତନ୍ତ୍ରତା। ତେବେ ଏହି ମଦ ବୋତଲଟି ୭୨ ବର୍ଷର ପୁରୁଣା। ଏଥିପାଇଁ ଏହା ଏତେ ଦାମ୍‌ରେ ବିକ୍ରି ହେଉଛି। ଏହା ପ୍ରଥମଥର ୧୯୪୮ ମସିହାରେ ତିଆରି କରାଯାଇଥିଲା। ଏହା ସ୍ବତନ୍ତ୍ର ଭାବେ ବଟଲର ଗାର୍ଡେନ ଏବଂ ମ୍ୟାକ୍‌ଫେଲ ଦ୍ୱାରା ନିଲାମୀ କରାଯାଇଥିଲା। ସ୍କଟ୍‌ଲାଣ୍ଡର ଏହି ମଦ ହଂକଂରେ ୫୪,୦୦୦ ଡଲାର ଅର୍ଥାତ୍‌ ୩୯ ଲକ୍ଷ ଟଙ୍କାରେ ନିଲାମ ହୋଇଛି। କୁହାଯାଏ, ଏହି ବ୍ରାଣ୍ଡର ମଦ ଯେତେ ପୁରୁଣା ହେବ ତା’ର ଦାମ୍‌ ସେତେ ଅଧିକରେ ବିକ୍ରି ହେବ।

Share