ଅତାବିରା,୪।୩(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ପୋଲିସକୁ ମିଳିଛି ଏକ ସଫଳତା l ବୁଧବାର ସକାଳେ ପାଟ୍ରୋଲିଂ ସମୟରେ ଏକ ସ୍କୁଟିକୁ ଯାଞ୍ଚ ସମୟରେ ବ୍ରାଉନସୁଗାର ଜବତ କରାଯାଇ ଜଣଙ୍କୁ ଗିରଫ କରାଯାଇଛି l ଗିରଫ ବ୍ୟକ୍ତି ଜଣକ ହେଲେ ଅତାବିରା ଥାନା ଭୋଇପୁରା ଗ୍ରାମର ନବଘନ ତ୍ରିପାଠୀଙ୍କ ୨୯ ବର୍ଷୀୟ ପୁଅ ଶୁଭମ। ଏନେଇ ଅତାବିରା ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବରଗ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ପ୍ରକାଶ କରିଛନ୍ତି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ପ୍ରକାଶ ଯେ, ବୁଧବାର ସକାଳେ ବରଗଡ଼ ଏସପିଙ୍କ ଠାରୁ ବିଶ୍ୱସ୍ତ ସୂଚନା ପାଇ ଅତାବିରା ଥାନା ପୋଲିସ ପାଟ୍ରୋଲିଂ ଦଳ ଏସଆଇ ସସ୍ମିତା ବେହେରାଙ୍କ ନେତୃତ୍ୱରେ ସରଣ୍ଡା ଛକ ନିକଟରେ ଏକ ବ୍ଲକିଂ କରିଥିଲେ। ଏହି ସମୟରେ ଅଭିଯୁକ୍ତ ଶୁଭମ ସେହି ରାସ୍ତା ଦେଇ ଅତାବିରା ପଟକୁ ଆସୁଥିବା ବେଳେ ତାକୁ କାବୁ କରି ତାଙ୍କ ସ୍କୁଟି (OR 15G / 8284)କୁ ଯାଞ୍ଚ କରାଯାଇଥିଲା l ଅଧିକ ତଲାସୀ ସମୟରେ ୭୦ଟି ଛୋଟ ପ୍ୟାକେଟ ବ୍ରାଉନସୁଗାର ଜବତ କରାଯାଇଥିଲା। ସ୍ଥାନୀୟ ବଜାରରେ ଗୋଟିଏ ପ୍ୟାକେଟ୍କୁ ୫୦୦ ଟଙ୍କାରେ ବିକ୍ରି କରିବାର ଯୋଜନା ଥିବା ଅଭିଯୁକ୍ତ ସ୍ବୀକାର କରିଛନ୍ତି l ଯେ ସେ ଏହାକୁ ପଶ୍ଚିମ ବିହାର ଖଡ଼ଗପୁରରୁ ସ୍ଥାନୀୟ ବଜାରରେ ବିକ୍ରୟ କରିବା ପାଇଁ କିଣି ଆଣିଥିଲେ। ଶୁଭମଙ୍କଠାରୁ ଅତାବିରା ପୋଲିସ ୭ ଗ୍ରାମ ୯୩୦ ମିଲି ଗ୍ରାମ ବ୍ରାଉନସୁଗାର ଜବତ କରିଛି, ଯାହାର ବଜାର ମୂଲ୍ୟ ୩୫ ହଜାର ଟଙ୍କା ହେବ। ଏହାସହ ତାଙ୍କଠାରୁ ନଗଦ ୧୨୦୦/- ଟଙ୍କା, ଗୋଟିଏ ଟିଭିଏସ ସ୍କୁଟି ରେଜିଷ୍ଟ୍ରେସନ ନମ୍ବର ଓ଼ଆର ୧୫-ଜି-୮୨୮୪ ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଛି l ଏନେଇ ଅତାବିରା ଥାନାରେ ଏସଆଇ ସସ୍ମିତା ବେହେରାଙ୍କ ଅଭିଯୋଗ କ୍ରମେ ଏକ ମାମଲା ନମ୍ବର ୯୦/୨୦୨୬ ରୁଜୁ କରାଯାଇ ଇନିସ୍ପେକ୍ଟର ଅଞ୍ଜଳି ସା ଘଟଣାର ଅଧିକ ତଦନ୍ତ ଚାଲିଥିବା ଆଇଆଇସି ପ୍ରକାଶ କର୍ଣ୍ଣ ସୂଚନା ଦେଇଛନ୍ତି l