ରାଜଗାଙ୍ଗପୁରରେ ଚାଞ୍ଚଲ୍ୟ: ୭ ବର୍ଷୀୟା ନାବାଳିକାଙ୍କୁ ହତ୍ୟା

ରାଜଗାଙ୍ଗପୁର,୧୧।୩: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୭ ବର୍ଷୀୟା ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ରାଜଗାଙ୍ଗପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ପଚରାଉଚରା କରୁଛି।

ମିଳିଥିବା ସୂଚନା ମୁତାବକ, ୩ ଦିନ ତଳେ ନାବାଳିକା ଜଣକ ନିଖୋଜ ହୋଇଯାଇଥିଲା। ଏନେଇ ପରିବାର ଲୋକେ ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା।

ହେଲେ ବୁଧବାର ସ୍ଥାନୀୟ ଜଙ୍ଗଳରୁ ନାବାଳିକାଙ୍କ ମୃତଦେହ ମିଳିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ପରିବାର ଲୋକେ ନାବାଳିକାଙ୍କ ମୃତ୍ୟୁକୁ ଗ୍ରହଣ କରୁ ନ ଥିବାବେଳେ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ପୋଲିସ ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରି ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Share