ଜାତୀୟ ଯୋଗାସନ ପ୍ରତିଯୋଗୀତା ପାଇଁ ୭ ମନୋନୀତ

ଦିଗପହଣ୍ଡି,୧୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୨ ଦିନିଆ ରାଜ୍ୟସ୍ତରୀୟ ବାଳିକା ଯୋଗାସନ ପ୍ରତିଯୋଗିତା ୨୦୨୫-୨୬ ଉଦଯାପିତ ହୋଇଯାଇଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଆୟୋଜିତ ପ୍ରତିଯୋଗିତାରେ କଟକ, ପୁରୀ, ବଲାଙ୍ଗୀର, ବାଲେଶ୍ୱର ପ୍ରଭୃତି ବିଭିନ୍ନ ଜିଲାର ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟର ୩୫ରୁ ଉର୍ଦ୍ଧ୍ୱ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦେବଦତ୍ତ ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଯୁକ୍ତ କ୍ରୀଡା ଶିକ୍ଷୟିତ୍ରୀ ଏଲିଜା ପଟ୍ଟନାୟକ ଏବଂ ନାନବାବୁ ଦୋରା ପରୀକ୍ଷକ ଭାବେ ଯୋଗଦେଇଥିବା ବେଳେ କ୍ରୀଡା ଶିକ୍ଷୟତ୍ରୀ ସସ୍ମିତା ପ୍ରଧାନ,ସବିତା କୁମାରୀ ପଣ୍ଡା,କ୍ରୀଡା ଶିକ୍ଷକ ସଚ୍ଚିଦାନନ୍ଦ ଦାସ,ଏମ.ଗୋପାଳ ରେଡ୍ଡୀ ରେଫେରୀ ଭାବେ ଉପସ୍ଥିତ ରହି ଜାତୀୟ ସ୍ତରୀୟ ଯୋଗାସନ ପ୍ରତିଯୋଗିତା ନିମନ୍ତେ ୭ ଛାତ୍ରୀଙ୍କୁ ମନୋନୀତ କରିଥିଲେ। ବମକୋଇ ଗ୍ରାମ ଚିଦାନନ୍ଦ ସରସ୍ବତୀ ମାଧ୍ୟମିକ ବିଦ୍ୟାଳୟ କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ ଏବଂ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ, କର୍ମଚାରୀ ବୃନ୍ଦ ଓ ଛାତ୍ରୀଛାତ୍ର ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ।

 

Dharitri – Odisha’s No.1 Odia Daily

 

 

Share