୭ ଦଫା ଦାବି: ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ଆରମ୍ଭ

ଧର୍ମଶାଳା,୮।୭(ଶିବ ପ୍ରସାଦ ମହାନ୍ତି): ରାଜ୍ୟରେ ପୁଣି ୭ ଦଫା ଦାବିରେ ଡ୍ରାଇଭରମାନଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ଆଜିଠାରୁ ଆରମ୍ଭ ହୋଇଛି। ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଜାରକା ବସ ଷ୍ଟାଣ୍ଡ ନିକଟରେ ଧର୍ମଶାଳା ଅଞ୍ଚଳର ଶତାଧିକ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ି ଆନ୍ଦୋଳନ ବସି ରହିଛନ୍ତି। ସରକାର ଯେ ପର୍ୟ୍ୟନ୍ତ ଦାବି ପୂରଣ କରି ନାହାଁନ୍ତି ସେପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଧର୍ମଶାଳା ଡ୍ରାଇଭର ମହାସଂଘର ସଭାପତି ଲୋକନାଥ ପୁରି କହିଛନ୍ତି।