ଭୟଙ୍କର ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୦।୧୨: ଉତ୍ତରାଖଣ୍ଡରୁ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଅଲମୋରା ଜିଲାରେ ଏକ ଯାତ୍ରୀବାହୀ ବସ ନିୟନ୍ତ୍ରଣ ହରାଇ ଘାଇକୁ ଖସି ଯାଇଥିଲା । ଦୁୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳ ଚିତ୍କାର ଏବଂ କାନ୍ଦବୋବାଳିରେ ଫାଟି ପଡିଥିଲା । ଖବର ପାଇ ଏସଡିଆରଏଫ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସୂଚନା ଅନୁସାରେ, ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଭିକିୟାସୈନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଦୁର୍ଘଟଣା ଭିକିୟାସୈନ୍ ବିନାୟକ ଜାଲଲି ମୋଟର ମାର୍ଗର ସିଲାପନି ନିକଟରେ ହୋଇଛି । ସକାଳ 6ଟାରେ ଦ୍ବାରହାଟରୁ ବାହାରିଥିବା ବସଟି ହଠାତ୍ ନିୟନ୍ତ୍ରଣ ହରାଇଥିଲା । ଫଳରେ ବସଟି ଖାଇକୁ ଖସିଯାଇଥିଲା । ତେବେ ବସ କିପରି ନିୟନ୍ତ୍ରଣ ହରାଇଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Dharitri – Odisha’s No.1 Odia Daily