ବାଲେଶ୍ୱର,୨୨ା୭(ବାଞ୍ଛାନିଧି ଦେ):କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ଶାଖା ଡିିଏସ୍ପି ଇମାନ କଲ୍ୟାଣ ନାୟକ, ଇନ୍ସପେକ୍ଟର ପାଞ୍ଚାଳି ରାଉତ ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ପହଞ୍ଚତ୍ ୨ଘଣ୍ଟା ଧରି ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ କରିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଫିରୋଜ ପାଢ଼ୀ, ଆଇସିସି ସଦସ୍ୟା ଓ କେତେଜଣ ଛାତ୍ରୀଛାତ୍ରଙ୍କୁ ପଚରାଉଚରା କରିଥିଲେ। କଲେଜ ଷ୍ଟୋର୍ ରୁମ୍ରେ ଥିବା ୭ଟି ସାଇକେଲକୁ ନେଇ ସନ୍ଦେହ ଦେଖାଦେଇଛି। ଘଟଣା ଘଟିବା ଦିନ ଠାରୁ ଛାତ୍ରୀଛାତ୍ର ଏହି ୭ଟି ସାଇକେଲ କଲେଜରୁ ନ ନେଇ ପଳାଇଥିବା ଦେଖିବାକୁ ମିଳିଥିଲା। ଏହାପରେ କଲେଜ କର୍ତ୍ତୃପକ୍ଷ ଷ୍ଟୋର ରୁମ୍ରେ ସାଇକେଲଗୁଡ଼ିକୁ ନେଇ ରଖିଥିଲେ। ସେବେଠାରୁ ସାଇକେଲଗୁଡ଼ିକ କାହାର, କାହଁିକି ନେଉ ନାହାନ୍ତି, ହୁଏତ ସେମାନେ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥାଇପାରନ୍ତି ବୋଲି ଆଶା କରାଯାଉଛି।