ଗଜପତି,୧୪।୮(ଗିରିଧାରୀ ପରିଚ୍ଛା)- ଯୁବକଙ୍କୁ ଅପହରଣ କରି ନେଇ ୧୦ ଲକ୍ଷ ଟଙ୍କା ଦାବି କରିବା ଘଟଣାରେ ୭ ଗିରଫ। ପୂର୍ବରୁ ଟଙ୍କା କାରବାର ନେଇ ଏହି ଘଟଣା ଘଟିଥିବା ଜଣାପଡିଛି।
ଗିରଫ ସମସ୍ତ ଅପହରଣକାରୀ ଆନ୍ଧ୍ରପ୍ରଦେଶ ବିଜୟନଗରମ ଥାନା ଫୁଲବାଗ ଅଞ୍ଚଳର। ଗଜପତି ଜିଲା ଗୋସାଣି ବ୍ଲକ ଢ଼ାମଣି ଗ୍ରାମରେ ଥିବା ଶ୍ରୀହରି ଗ୍ରାନାଇଟର ମ୍ୟାନେଜର ଧର୍ମେନ୍ଦ୍ର କୁମାରଙ୍କୁ ଅପହରଣ କରିନେଇଥିଲେ ଦୁର୍ବୁତ୍ତ ମାନେ। ଗୁରୁତର ଅବସ୍ଥାରେ ଧର୍ମେନ୍ଦ୍ରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା
ଖବରଦାତା ସମ୍ମିଳନୀରେ ଗଜପତି ଏସ୍ପି ଯତୀନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।