ରୁଷିଆରେ ବଡ଼ଧରଣ ଭୂକମ୍ପ: ସୁନାମି ଆଲର୍ଟ ଜାରି

ମସ୍କା,୧୯।୯: ରୁଷିଆରେ ଏକ ବଡ଼ଧରଣ ଭୂକମ୍ପ ଅନୁଭୂତ ହୋଇଛି। ଫଳରେ ସୁନାମି ସତର୍କତା ଜାରି ହୋଇଛି। କାମଚଟକା ଦ୍ୱୀପ ନିକଟରେ ୭.୮ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହି ଶକ୍ତିଶାଳୀ ଭୂକମ୍ପ ବାସିନ୍ଦାଙ୍କୁ ଭୟଭୀତ କରିଛି। ଭୂକମ୍ପର ଅନେକ ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଛି। ଏଥିରେ ଫର୍ଣ୍ଣିଚର, କାର ଏବଂ ଲାଇଟ ପ୍ରବଳ ଭାବରେ ଥରୁଥିବା ଦେଖାଯାଉଛି।

ଗୋଟିଏ ସପ୍ତାହ ପୂର୍ବରୁ, ରୁଷିଆରେ ମଧ୍ୟ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। କାମଚଟକା ଅଞ୍ଚଳ ନିକଟରେ ୭.୪ ତୀବ୍ରତାର ଏହି ଭୂକମ୍ପ ସୁନାମି ସତର୍କତା ଜାରି କରିଥିଲା।