ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬ ଦଶନ୍ଧି ବିତିଯାଇଛି । ପ୍ରଥମରୁ ପଞ୍ଚମ ଓ ପରବର୍ତ୍ତୀ ସମୟରେ ଅଷ୍ଟମ ପର୍ଯ୍ୟନ୍ତ ଆଉ ଏବେ କିଛି ବର୍ଷ ହେଲା ବିଦ୍ୟାଳୟରେ ଉଚ୍ଚ ଶିକ୍ଷା ପାଇଁ ନବମ ଓ ଦଶମ ଶ୍ରେଣୀ ଖୋଲିଛି । ହେଲେ ପରିବର୍ତ୍ତନ ଆସିନି । ବିଦ୍ୟାଳୟର ଶିଶୁ ବାଟିକା ସହ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ପାଇଖାନା ଟିଏ ଆଜି ପର୍ଯ୍ୟନ୍ତ ନାହିଁ । ଏହି କଥା ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହେଉଛନ୍ତି ।
ପ୍ରକାଶ ଯେ, ଶିଶୁ ବାଟିକାରୁ ଦଶମ ପର୍ଯ୍ୟନ୍ତ ରହିଛନ୍ତି ୨୩୦ ଜଣ ଛାତ୍ରୀଛାତ୍ର । ସେମାନଙ୍କ ମଧ୍ୟରେ ତୃତୀୟରୁ ଦଶମ ପର୍ଯ୍ୟନ୍ତ ଅନୁସୂଚିତ ଜନଜାତି ଛାତ୍ରୀଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ରହିଛି। ନବମ ଓ ଦଶମ ଶ୍ରେଣୀ ପାଇଁ ସ୍ବତନ୍ତ୍ର କୋଠା ଓ ସ୍ମାର୍ଟ ବିଦ୍ୟାଳୟ ରହିଛି । ମାତ୍ର ନାଁ ରହିଛି ପାଇଖାନା ବ୍ୟବସ୍ଥ ନା ପାଚେରି, ମୁଖ୍ୟ ଫାଟକମଧ୍ୟ କରାଯାଇନାହିଁ। ଫଳରେ ଛାତ୍ରୀଛାତ୍ର ମାନଙ୍କୁ ବିଦ୍ୟାଳୟ ପଛପଖରେ ରହିଥିବା ପାହାଡ଼, ଜଙ୍ଗଲିକୁ ପରିସ୍ରା ଓ ଶୌଚ ପାଇଁ ଯିବାକୁ ପଡୁଥିବା ଫିଳାମିନା ପ୍ରଧାନ, ରଙ୍କିତା ପ୍ରଧାନ ପ୍ରମୁଖ କହିଛନ୍ତି । ଖାଲି ଛାତ୍ରୀଛାତ୍ରଙ୍କ ନୁହେଁ ଶିକ୍ଷାଦାନ କରୁଥିବା ୭ ଶିକ୍ଷୟିତ୍ରୀ ଶିକ୍ଷକ ମାନେ ମଧ୍ୟ ବିଦ୍ୟାଳୟଠାରୁ ପ୍ରାୟ କିଲୋମିଟର ଦୂରତା ଶୌଚ ଓ ପରିସ୍ରା କରିବାକୁ ଯିବାକୁ ପଡୁଥିବା ସହକାରୀ ଶିକ୍ଷକ ପ୍ରସନ୍ନ ନାୟକ, ଅନନ୍ତ କୁମାର ନାୟକ ପ୍ରମୁଖ କହିଛନ୍ତି।
Dharitri – Odisha’s No.1 Odia Daily