ଓଡ଼ିଶାରେ ପଶିଲେ ୬୫ ଟିକିଆ ଝାଡ଼ଖଣ୍ଡ ହାତୀପଲ

ବାଲେଶ୍ବର,୬।୫: ମୟୂରଭଞ୍ଜ ନଡପୁର ଜଙ୍ଗଲ ଦେଇ ନୀଳଗିରିରେ ପହଞ୍ଚିଛନ୍ତି ୬୫ ଟିକିଆ ଝାଡ଼ଖଣ୍ଡ ହାତୀପଲ। ହାତୀପଲ ନୀଳଗିରିରେ ବ୍ୟାପକ ଉପଦ୍ରବ କରିଥିବା ଅଭିଯୋଗ ହୋଇଛି। ଏପରି କି ହାତୀପଲ ନୀଳଗିରିର ସିଙ୍ଗିରୀ, କାଂଶ, ଅଯୋଧ୍ୟା, ପାଟଣା ଦେଇ ଏବେ ଗୋପାଳପୁର ଜଙ୍ଗଲ ମୁହାଁ ହୋଇଛନ୍ତି।

ଏତେ ସଂଖ୍ୟକ ହାତୀ ପଶି ଆସିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଖାଦ୍ୟ ଅନ୍ବେଷଣରେ ହାତୀପଲ ଗାଁ ମୁହାଁ ହେଉ ଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ବନବିଭାଗ ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି।