‘ଗ୍ରାମୀ ପୁରସ୍କାର’: ‘ଲିଭ୍‌ ଦ ଡୋର୍‌ ଓପନ୍‌’ ସର୍ବଶ୍ରେଷ୍ଠ ଗୀତ

ଦୁନିଆର ସବୁଠାରୁ ପ୍ରତିଷ୍ଠିତ ସଙ୍ଗୀତ ପୁରସ୍କାର ‘ଗ୍ରାମୀ ପୁରସ୍କାର’ ଲସ ଭେଗାସର ଏମ୍‌ଜିଏମ୍‌ ଗ୍ରେଟ ଗାର୍ଡେନ ଆରେନାରେ ଅନୁଷ୍ଠିତ ହୋଇଯାଇଛି। ଏହି ରଙ୍ଗୀନ ସମାରୋହରେ ଗୀତ ‘ଲିଭ୍‌ ଦ ଡୋର୍‌ ଓପନ୍‌’ ଗୀତ ଚଳିତ ବର୍ଷର ଗ୍ରାମୀ ପୁରସ୍କାର ପାଇଛି । ଏହି ଗୀତଟିକୁ ଆମେରିକାର ପ୍ରସିଦ୍ଧ ଗାୟକ ବ୍ରୁନୋ ମାର୍ସ ଏବଂ ଆଣ୍ଡରସନ ପାକ ରଚନା କରିଛନ୍ତି। ଗ୍ରାମୀ ପୁରସ୍କାର ସମାରୋହ ଚଳିତ ବର୍ଷ ଜାନୁୟାରୀ ୩୧ରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ କରୋନା ସଂକ୍ରମଣ ହେତୁ ଏହି ପୁରସ୍କାର ସମାରୋହକୁ ସ୍ଥଗିତ ରଖାଯାଇଥିଲା। ୧୯୫୯ ପରଠାରୁ ସଙ୍ଗୀତରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ।

ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା

ବର୍ଷର ସର୍ବଶ୍ରେଷ୍ଠ ଗୀତ – ‘ଲିଭ୍‌ ଦ ଡୋର୍‌ ଓପନ୍‌’

ସର୍ବଶ୍ରେଷ୍ଠ ରକ ପ୍ରଦର୍ଶନ – ଫୁ ଫାଇଟର୍ସ

ସର୍ବଶ୍ରେଷ୍ଠ କଣ୍ଟ୍ରି ଆଲବମ – ଷ୍ଟାର୍ଟିଙ୍ଗ ଓଭର୍‌

ସର୍ବଶ୍ରେଷ୍ଠ ପ୍ରୋଗ୍ରେସିଭ୍‌ ଆଲବମ – ଲକି ଡେ’

ସର୍ବଶ୍ରେଷ୍ଠ ରାପ ଗୀତ – କେନ୍ବେ ୱେଷ୍ଟ

ସର୍ବଶ୍ରେଷ୍ଠ କୋରଲ ପ୍ରଦର୍ଶନ – ଗୁସ୍ତାଭୋ ଡୁଡାମେଲ, ଗ୍ରାଣ୍ଟା ଗେଶନ, ଲୁକ ମ୍ୟାକଡାରଫର୍‌

ସର୍ବଶ୍ରେଷ୍ଠ କ୍ଲାସିକାଲ୍‌ କଣ୍ଟେମ୍ପୋରାରି କମ୍ପୋଜିସନ୍‌ – କାରୋଲିନ ଶ

ସର୍ବଶ୍ରେଷ୍ଠ ସଂଗୀତ ଶିକ୍ଷକ – ଷ୍ଟିଫେନ କକ୍ସ

ବର୍ଷର ସର୍ବଶ୍ରେଷ୍ଠ ସଙ୍ଗୀତ ନିମାତା – ଜ୍ୟାକ ଆଣ୍ଟୋନ୍ଫ

ସର୍ବଶ୍ରେଷ୍ଠ ପପ ସୋଲୋ ପ୍ରଦର୍ଶନ – ଅଲିଭିଆ ରୋଡ୍ରିଗୋ

ସର୍ବଶ୍ରେଷ୍ଠ ନୃତ୍ୟ/ ଇଲେକ୍ଟ୍ରୋନିକ୍‌ ରେକର୍ଡିଂ – ରୁଫୁଜ ଡୁ ସୋଲ

ଟ୍ରାଡିସନାଲ୍‌ ପପ ଆଲବମ – ଲଭ୍‌ ଫର୍‌ ସେଲ୍‌

ସର୍ବଶ୍ରେଷ୍ଠ ପପ ଗାୟକ ଆଲବମ – ଲଭ୍‌ ଫର୍‌ ସେଲ୍‌

ସର୍ବଶ୍ରେଷ୍ଠ ଶିଶୁ ଆଲବମ – ଫାଲୁ

ସର୍ବଶ୍ରେଷ୍ଠ ନୂତନ କଳାକାର – ଅଲିଭିଆ ରୋଡ୍ରିଗୋ

ସର୍ବଶ୍ରେଷ୍ଠ ରକ ଆଲବମ – ଫୁ ଫାଇଟର୍ସ

ସର୍ବଶ୍ରେଷ୍ଠ ରକ ଗୀତ – ଫୁ ଫାଇଟର୍ସ