Indian Rupee money stacks and banknotes on the table , closed up shot
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ରାଜସ୍ବ ନିୟଣ୍ଟ ଅନୁଦାନ ଭାବେ ବୁଧବାର ୬୧୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ୧୨ ତମ ତଥା ଚୂଡାନ୍ତ ମାସିକ କିସ୍ତି ବୋଲି ଜଣାପଡିଛି। ପୋଷ୍ଟ ଡିଭଲ୍ୟୁଶନ ରେଭେନ୍ୟୁ ଡେଫିସିଟ ଗ୍ରାଣ୍ଟ (ପିଡିଆର୍ଡି) ଭାବେ ଚଳିତ ଆର୍ଥତ୍କ ବର୍ଷରେ ଯୋଗ୍ୟ ବିବେଚିତ ରାଜ୍ୟଗୁଡିକୁ ମୋଟ ୭୪,୩୪୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି ବୋଲି ସୂଚନା ମିଳିଛି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ଶୁପାରିସ ଆଧାରରେ ମାସିକ କିସ୍ତି କେନ୍ଦ୍ର ପ୍ରଦାନ କରୁଛି। ୧୪ ରାଜ୍ୟକୁ ଏଭଳି ଅନୁଦାନ ଦେବା ଲାଗି ଆୟୋଗ ସୁପାରିଶ କରିଥିଲେ। ରାଜସ୍ବ ଆଦାୟ ଏବଂ ଖର୍ଚ୍ଚକୁ ବିଚାର କଲେ କେଉଁ ରାଜ୍ୟ କେତେ ଅର୍ଥ ପାଇବେ ସେ ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ୧୪ ରାଜ୍ୟକୁ ୩୪,୩୪୦ କୋଟି ଟଙ୍କାର ଅର୍ଥ ରାଶି ପ୍ରଦାନ କରିବାକୁ ଶୁପାରିସ କରାଯାଇଥିଲା। ଆନ୍ଧ୍ର ପ୍ରଦେଶ, ହିମାଞ୍ଚଳ ପ୍ରଦେଶ, ଆସାମ, କେରଳ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗ ଏହା ମଧ୍ୟରେ ସାମିଲ ଅଛନ୍ତି।