ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଏଣିକି ୬୦% ସିଟ୍‌ ମାଗଣାରେ ବାଛିପାରିବେ

ନୂଆଦିଲ୍ଲୀ,୧୮ା୩: ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ବୁଧବାର ବିମାନଯାତ୍ରୀମାନଙ୍କୁ ଲାଭ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବ୍ୟାପକ ତଥା ନୂଆ ନିୟମ ପ୍ରଚଳନ କରିଛି। ଏଣିକି ବିମାନରେ ୬୦% ସିଟ୍‌ ମାଗଣାରେ ବାଛିପାରିବେ ଯାତ୍ରୀ।

ପ୍ରମୁଖ ପରିବର୍ତ୍ତନ ମଧ୍ୟରେ ୬୦ ପ୍ରତିଶତ ବିମାନ ସିଟ୍‌ ମାଗଣା କରିବା ଏବଂ ସମାନ ବୁକିଂରେ ପରିବାରଗୁଡ଼ିକୁ ଏକାଠି ବସିବା ପାଇଁ ରହିଛି। ନିୟମ ଓ ସୁବିଧା ସମ୍ପର୍କରେ ଯାତ୍ରୀଙ୍କୁ ଆଞ୍ଚଳିକ ଭାଷାରେ ସୂଚନା ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଏଥିସହିତ ପୋଷା ପ୍ରାଣୀ ପରିବହନ ପାଇଁ ସ୍ପଷ୍ଟ, ସ୍ବଚ୍ଛ ନୀତି ଆଣିବାକୁ ନିର୍ଦ୍ଦେଶ ରହିଛି। ପ୍ରତିଦିନ ୫ ଲକ୍ଷରୁ ଅଧିକ ଯାତ୍ରୀ ବିମାନ ଯାତ୍ରା କରୁଥିବାରୁ, ସରକାର ଯାତ୍ରାକୁ ଅଧିକ ସୁଗମ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ତଥାପି ମନ୍ତ୍ରଣାଳୟ ତୁରନ୍ତ ସ୍ପଷ୍ଟ କରିନାହିଁ ଯେ, ଏହି ନିୟମଗୁଡ଼ିକ କେବେ କାର୍ଯ୍ୟକାରୀ ହେବ।

Dharitri – Odisha’s No.1 Odia Daily

Share