ମୋହନା,୨୮।୨( ମମ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗାଁ ସ୍କୁଲ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶନିବାର ଅପରାହ୍ନ ସାଢ଼େ ଚାରିଟା ସମୟରେ ରାମଗିରିରୁ ଏକ ବାଇକ ଯୋଗେ ସ୍ବାମୀ ଆଦିତ୍ୟ ଦଳ ବେବେରା ଓ ତାଙ୍କ ସ୍ତ୍ରୀ ମିଳିତ ଭାବେ ନିଜ ଗାଁ ବଡଗଡକୁ ଯାଉଥିଲେ।
ଯିବା ସମୟରେ ବଡ଼ଖଣି ଗାଁ ନିକଟସ୍ଥ ସ୍କୁଲ ନିକଟରେ ଏକ ୬ ବର୍ଷର ଶିଶୁ ପୁତ୍ର ହଟାତ ରାସ୍ତା ପାରିହେବା ବେଳେ ବାଇକ ଧକ୍କା ଦେଇଥିଲା। ଧକ୍କା ହେବା ଫଳରେ ବାଇକ ସହ ସମସ୍ତେ ଛିଟିକି ହୋଇ ପଡ଼ି ଥିଲେ। ସେଠାରେ ଥିବା କିଛି ସ୍ଥାନୀୟ ଲୋକେ ସ୍ତ୍ରୀ, ସାମୀଙ୍କ ସହ ଶିଶୁ ପୁତ୍ରକୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ସାମୀ ସ୍ତ୍ରୀଙ୍କୁ ସାମାନ୍ୟ ଆହାତ ଲାଗିଥିବା ବେଳେ ଶିଶୁ ପୁତ୍ରର ଗୋଡ଼ ଓ ମୁହଁରେ ଗୀଭୀର ଆଘାତ ଲାଗିଛି । ଅଧିକା ଚିକିତ୍ସା ପାଇ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।
Dharitri – Odisha’s No.1 Odia Daily