ଜଣ୍ଡିସ୍‌ରେ ୬ ସ୍କୁଲ ପିଲା ଆକ୍ରାନ୍ତ

ଖଇରା,୭।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ୍‌ ଝିଙ୍କିରିଆ ପଞ୍ଚାୟତ ଅଧୀନ ଅରଖପଦା ଗଁାରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ପ୍ରଥମେ ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ ଛାତ୍ରୀଛାତ୍ର ଆକ୍ରାନ୍ତ ହେବା ପରେ ଏବେ ପୁରା ଗ୍ରାମକୁ ଏହା ବ୍ୟାପିବାରେ ଲାଗିଛି। ୭ ଦିନ ତଳେ ୫ମ ଶ୍ରେଣୀର ଛାତ୍ର ଅଶୋକ ଜେନା, ୩ୟ ଶ୍ରେଣୀର ରୁଦ୍ର ପ୍ରତାପ ଜେନା, ୭ମ ଶ୍ରେଣୀର ଜ୍ୟୋତ୍ସ୍ନାରାଣି ଦାସ, କିଶୋର କୁମାର ଜେନା ଓ ଶୁଭଲକ୍ଷ୍ମୀ ଜେନା ଜ୍ୱରରେ ଆକ୍ରାନ୍ତ ହେବା ପରେ ସେମାନଙ୍କର ବାନ୍ତି ହୋଇଥିଲା। ପରୀକ୍ଷା ପରେ ଏହା ଜଣ୍ଡିସ ବୋଲି ଜଣାପଡ଼ିଥିଲା। ଧିରେଧିରେ ଏହା କାୟା ବିସ୍ତାର କରି ପାଚିକା ପୂଜା ଦାସ, କାଜଲ ଜେନା ମଧ୍ୟ ଆକ୍ରାନ୍ତ ହୋଇଥିଲେ। ପାଇପ ପାଣିରୁ ଏହା ବ୍ୟାପୁଥିବା ନେଇ ଗ୍ରାମବାସୀ ଉପଲବ୍ଧି କରିବା ପରେ ପାଇପ ଜଳ ଯୋଗାଣ ପ୍ରକଳ୍ପଙ୍କୁ ବନ୍ଦ ରଖାଯାଇଛି। ପ୍ରଧାନଶିକ୍ଷକ ହେମନ୍ତ କୁମାର ବାରିକ ଏ ସମ୍ପର୍କରେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅବଗତ କରିିବା ପରେ ଶୁକ୍ରବାର ଡା. ମାନସ କୁମାର ଦାସ ଓ ସୋମବାର ଡା. ଜ୍ୟୋତି ରଞ୍ଜନ ଶିଅଳଙ୍କ ନେତୃତ୍ୱରେ ପୃଥକ ପୃଥକ ଟିମ ବିଦ୍ୟାଳୟକୁ ଯାଇ ନମୁନା ସଂଗ୍ରହ କରିବା ସହ ପ୍ରତିଷେଧକ ଏବଂ ସଚେତନ କରାଇଛନ୍ତି ା

Dharitri – Odisha’s No.1 Odia Daily

Share