୬ ମାସ ପ୍ରେମ ୬୦ ବର୍ଷ ପରି… ମୋନାଲିସାଙ୍କୁ ବିବାହ ପରେ ମୁହଁ ଖୋଲିଲେ ଫରମାନ

ମହାକୁମ୍ଭ ମେଳା ୨୦୨୫ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୋନାଲିସା ଏବେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ମୋନାଲିସା ତାଙ୍କ ବିବାହକୁ ନେଇ ବହୁତ ଖୁସି ଅଛନ୍ତି। ଛଅ ମାସ ଧରି ଫହମାନଙ୍କୁ ଡେଟ କରିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବିବାହ ପରେ ଫରମାନ କହିଛନ୍ତି, ଆମେ ଛଅ ମାସ ହେବ ଡେଟ କରିଥିଲୁ। ଏହା ୬ ମାସରେ ୬୦ ବର୍ଷର ପ୍ରେମ ପରି ଥିଲା। ତେଣୁ ଆମେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ। ଆମେ ଫିଲ୍ମ ଶୁଟିଂ ସମୟରେ ଭେଟ ହୋଇଥିଲୁ । ପ୍ରଥମେ ମୋନାଲିସା ପ୍ରସ୍ତାବ ଦେଇଥିଲେ। ମୁଁ ନା କହିଥିଲି, କିନ୍ତୁ ପରେ ସେ ମୋତେ ରାଜି କରାଇଥିଲେ। ମୋନାଲିସା କହିଛନ୍ତି,ମୋ ପରିବାର ମୋତେ ଅନ୍ୟ କାହା ସହିତ ବିବାହ ଦେବାକୁ ଚାହୁଁଥିଲେ। ମୁଁ ଏଥିରେ ରାଜି ନ ଥିଲି, ତେଣୁ ମୁଁ ମନା କରିଦେଲି। ବିବାହ ପରେ ମୁଁ ଖୁସି ଅଛି।

ମୋନାଲିସା ଏବଂ ଫହମାନ ବିବାହ ପୂର୍ବରୁ ଥାମ୍ପାନୁର ପୋଲିସ ଷ୍ଟେଶନକୁ ଯାଇ ସାହାଯ୍ୟ ମଧ୍ୟ ଲୋଡ଼ିଥିଲେ। ମୋନାଲିସାଙ୍କ ଅନୁଯାୟୀ, ତାଙ୍କ ପରିବାର ତାଙ୍କୁ ଜୋରଜବରଦସ୍ତି ଘରକୁ ନେଇଯିବାକୁ ଚାହୁଁଥିଲେ। ଏହା ବ୍ୟତୀତ ତାଙ୍କ ପରିବାର ଜଣେ ସମ୍ପର୍କୀୟଙ୍କୁ ବିବାହ କରିବାକୁ ଚାହୁଁଥିଲେ। ତେଣୁ ସେମାନେ ପୋଲିସର ସହାୟତା ଲୋଡ଼ିଥିଲେ।

ପୋଲିସ ମଧ୍ୟ ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିଲା। ସେମାନେ ମୋନାଲିସାଙ୍କ ବାପା ଜୟ ସିଂହଙ୍କୁ ପୋଲିସ ଷ୍ଟେଶନକୁ ଡାକି ତାଙ୍କ ସହିତ କଥା ହୋଇଥିଲେ। ମୋନାଲିସା ନାବାଳିକା ନୁହଁନ୍ତି, ଏବଂ ସେ ନିଜ ଇଚ୍ଛାରେ ବିବାହ କରିପାରିବେ ଏବଂ ଯେଉଁଠାରେ ଚାହିଁବେ ସେଠାରେ ରହିପାରିବେ ବୋଲି ପୋଲିସ କହିଛି।

 

Dharitri – Odisha’s No.1 Odia Daily

 

Share