୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ ଫାର୍ମ ହାଉସ ନିକଟରୁ ଏହି ଅଜଗର ସାପଟିକୁ କିଛି ଲୋକେ ଦେଖିବାକୁ ପାଇଥିଲେ। ପରେ ନିକଟସ୍ଥ ଆରୁହା ଗ୍ରାମର ସାପ ଉଦ୍ଧାରକାରୀ ପ୍ରଭାସ ସାହାଣୀ ଏବଂ ତାଙ୍କର ଦୁଇ ଜଣ ସହଯୋଗୀ ପହଞ୍ଚି ଦୀର୍ଘ ସମୟ ପରିଶ୍ରମ ପରେ ଉଦ୍ଧାର କରିଥିଲେ। ଏହାର ଲମ୍ବ ପାଖାପାଖି ୬ଫୁଟ୍‌ରୁ ଅଧିକ ହୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖିବାକୁ ଲୋକଙ୍କ ବେଶ ଭିଡ଼ ଦେଖିବାକୁ ମିଳିଥିଲା ଏବଂ ଅଜଗର ସାପଟିକୁ ଉଦ୍ଧାର କରି ନିକଟସ୍ଥ ଗଡମଧୁପୁର ଜଙ୍ଗଲରେ ଛାଡ଼ି ଦେଇଥିବା ସୂଚନା ମିଳିଛି।

 

Dharitri – The Largest & Most Trusted Odia Daily