ଟ୍ରକ୍‌ ଚେସିସ୍‌ରେ ୬ଫୁଟ ଲମ୍ବା ଅଜଗର ସାପ

ରାୟଗଡ଼ା,୨୯।୯(ଆଶିଷ ରଞ୍ଜନ ପଣ୍ଡା):  ଏକ ୬ ଫୁଟ ଲମ୍ବ ଅଜଗର ସାପ ଟ୍ରକ ଭିତରୁ ଉଦ୍ଧାର ହୋଇଛି। ସାପଟିର ଓଜନ ପ୍ରାୟ ୩୦ କେଜି ପାଖାପାଖି ରହିଥିବା ନେଇ କୁହାଯାଉଛି। ରାୟଗଡ଼ା ସହର ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ଗ୍ୟାରେଜ ନିକଟରେ ଛିଡା ହୋଇଥିବା ଏକ ଟ୍ରକ ଭିତରୁ ସାପଟିକୁ ଉଦ୍ଧାର କରାଯାଇଛି । ଖବର ପାଇ ରାୟଗଡ଼ ସହରର ଖ୍ୟାତନାମା ସାପ ଧରାଳି ପ୍ରଦୀପ ସେନାପତି ଏହି ସାପଟିକୁ ଉଦ୍ଧାର କରି ବନ ବିଭାଗ ସହଯୋଗରେ ସହର ଉପକଣ୍ଠ ସ୍ଥିତ ଜଙ୍ଗଲରେ ଛାଡ଼ିଥିଲେ ।
ମିଳିଥିବା ସୂଚନା ପ୍ରକାରେ ଦଶହରା ପୂଜା ପାଇଁ ଟ୍ରକ ମାଲିକ ବାସୁ ନିଜ ଟ୍ରକ ସଫା କରିବାକୁ ଯାଇଥିବା ବେଳେ ଟ୍ରକ ଚେସିସ ପାଖରେ ଏକ ବଡ଼ ସାପ ଥିବା ଦେଖିବାକୁ ପାଇଥିଲେ ।