England's Chris Woakes (L) celebrates after hitting the winning runs during play on the fourth day of the first Test cricket match between England and Pakistan at Old Trafford in Manchester, north-west England on August 8, 2020. - England beat Pakistan by three wickets in 1st Test thriller. (Photo by LEE SMITH / POOL / AFP) / RESTRICTED TO EDITORIAL USE. NO ASSOCIATION WITH DIRECT COMPETITOR OF SPONSOR, PARTNER, OR SUPPLIER OF THE ECB (Photo by LEE SMITH/POOL/AFP via Getty Images)
ମାଞ୍ଚେଷ୍ଟର, ୧୦।୮ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୩ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଅଗ୍ରଣୀଲାଭ କରିଛି। ୨୭୭ ରନ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡ ୧୧୭ ରନରେ ୫ ଉଇକେଟ ହରାଇଥିଲେ ହେଁ ଜୋସ ବଟଲର ଓ କ୍ରିସ୍ ଓ୍ବକ୍ସ ୬ଷ୍ଠ ଉଇକେଟ ଭାଗୀଦାରିରେ ୧୩୯ ରନ ଯୋଗକରି ଦଳର ବିଜୟକୁ ସହଜ କରି ଦେଇଥିଲେ। ୧୨୦ ବଲ୍ ଖେଳି ୧୦ ଚୌକା ସହାୟତାରେ ୮୪ ରନରେ ଅପରାଜିତ ରହିଥିବା ଓ୍ବକ୍ସ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
* ପୂର୍ବରୁ ୧୯୯୯ରେ ଶେଷଥରପାଇଁ ଅଷ୍ଟ୍ରେଲିଆ ୪ର୍ଥ ଇନିଂସରେ ୨୫୦ରୁ ଊର୍ଦ୍ଧ୍ୱ ରନ ସ୍କୋର କରି ପାକିସ୍ତାନ ବିପକ୍ଷରେ ବିଜୟୀ ହୋଇଥିଲା। ସେତେବେଳେ ହୋବାର୍ଟରେ ଅଷ୍ଟ୍ରେଲିଆ ୩୬୯ ରନ କରି ଏହି ସଫଳତା ପାଇଥିଲା। ମାଞ୍ଚେଷ୍ଟରଠାରେ ଇଂଲଣ୍ଡ ୨୭୭ ରନକୁ ସଫଳତାର ସହ ଚେକ୍ କରିଥିଲା। ପାକିସ୍ତାନ ବିପକ୍ଷରେ କୌଣସି ଟେଷ୍ଟ ମ୍ୟାଚର ୪ର୍ଥ ଇନିଂସରେ ଏହା ହେଉଛି ୫ମ ସର୍ବାଧିକ ରନ ଚେଜ୍। ୧୯୯୯ରେ ଅଷ୍ଟ୍ରେଲିଆ ସଫଳତାକୁ ଛାଡ଼ିଦେଲେ ୧୯୯୩-୯୪ରେ ଖ୍ରିଷ୍ଟଚର୍ଚ୍ଚଠାରେ ନ୍ୟୁଜିଲାଣ୍ଡ ୫ ଉଇକେଟ ହରାଇ ୩୨୪, ୧୯୫୭-୫୮ରେ ଜର୍ଜଟାଉନ୍ଠାରେ ଓ୍ବେଷ୍ଟଇଣ୍ଡିଜ ୨ ଉଇକେଟ ହରାଇ ୩୧୭ ଏବଂ ୧୯୮୪-୮୫ରେ ନ୍ୟୁଜିଲାଣ୍ଡ ଡୁନେଡିନ୍ଠାରେ ୮ ଉଇକେଟ ହରାଇ ୨୭୮ ରନ ଚେଜ୍ କରିଥିଲା।
* ବଟଲର ଓ ଓ୍ବକ୍ସଙ୍କ ୧୩୯ ରନ କୌଣସି ଟେଷ୍ଟର ୪ର୍ଥ ଇନିଂସରେ ଇଂଲଣ୍ଡ ପାଇଁ ୬ଷ୍ଠ ଉଇକେଟରେ ଶ୍ରେଷ୍ଠ ପାର୍ଟନରଶିପ୍। ପୂର୍ବରୁ ୧୯୮୬-୮୭ ଆଶେସ ଟେଷ୍ଟରେ ମାଇକ୍ ଗ୍ୟାଟିଂ ଓ ଜ୍ୟାକ ରିଚାଡର୍ସ ସିଡ୍ନୀଠାରେ ୧୩୧ ରନର ଭାଗୀଦାରି ଗଢ଼ିଥିଲେ। ଓଭରଅଲ୍ ଦେଖିବାକୁ ଗଲେ ପାକିସ୍ତାନ ବିପକ୍ଷରେ ୪ର୍ଥ ଇନିଂସରେ ୬ଷ୍ଠ ଉଇକେଟ ଯୋଡ଼ିରେ ଏହା ଦ୍ୱିତୀୟ ସର୍ବାଧିକ ପାର୍ଟନରଶିପ୍। ୧୯୯୯ରେ ହୋବାର୍ଟଠାରେ ଜଷ୍ଟିନ ଲାଙ୍ଗର ଓ ଆଡାମ ଗିଲକ୍ରିଷ୍ଟ ୨୩୮ ରନର ଭାଗୀଦାରି ଗଢ଼ି ଏହି ତାଲିକାର ଶୀର୍ଷରେ ଅଛନ୍ତି।
* ୫ମ ଉଇକେଟ ପତନ ପରେ ୧୬୦ ରନ ଯୋଗ କରି ଇଂଲଣ୍ଡ ମାଞ୍ଚେଷ୍ଟରରେ ବିଜୟ ହାସଲ କରିଥିଲା। ପୂର୍ବରୁ ଇଂଲଣ୍ଡ ମାତ୍ର ଥରେ ଏପରି କରି ପାରିଥିଲା। ୧୯୦୨ରେ ଓଭାଲଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୬୩ ରନ ଚେଜ୍ କରୁଥିବାବେଳେ ଦଳ ୪୮ ରନରେ ୫ ଉଇକେଟ ହରାଇଥିଲେ ହେଁ ପରେ ୨୧୫ ରନ କରି ମ୍ୟାଚ ଜିତିଥିଲା।
*ବଟଲର ଓ ଓ୍ବକ୍ସଙ୍କ ପାର୍ଟନରଶିପ୍ ୩୩ ଓଭର ତିଷ୍ଠିଥିଲା। ଏହି ପର୍ଯ୍ୟାୟରେ ପାକିସ୍ତାନ ଗୋଟିଏ ହେଲେ ମେଡେନ ଓଭର ପାଇ ନ ଥିଲା। ୧୩୯ ରନର ପାର୍ଟନରଶିପ୍ ମଧ୍ୟରେ ଦୁହେଁ ୧୩ ଚୌକା ଓ ୧ ଛକା ମାରିଥିଲେ।
* ୧୦୦ରୁ ଊର୍ଦ୍ଧ୍ୱ ପ୍ରଥମ ଇନିଂସ ଅଗ୍ରଣୀ ସତ୍ତ୍ୱେ ପାକିସ୍ତାନ ୭ମ ଥରପାଇଁ ଏକ ଟେଷ୍ଟ ମ୍ୟାଚ ହାତଛଡ଼ା କରିଛି। ଏ ପରିସ୍ଥିତିରେ କେବଳ ଇଂଲଣ୍ଡ ୩ ଥର ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ୨୦୦୬ ଓ ୨୦୧୬ରେ ପ୍ରଥମ ଇନିଂସରେ ୧୦୦ରୁ ଊର୍ଦ୍ଧ୍ୱ ରନରେ ପଛୁଆ ରହିଥିଲେ ହେଁ ଇଂଲଣ୍ଡ ବିଜୟ ହାସଲ କରିଥିଲା।
* କ୍ୟାରିୟରରେ ୩୮ଟି ଟେଷ୍ଟ ଖେଳିଥିବା ଓ୍ବକ୍ସଙ୍କ ପାଇଁ ୮୪* ରନ ଦ୍ୱିତୀୟ ସର୍ବାଧିକ ସ୍କୋର। ଭାରତ ବିପକ୍ଷରେ ଲଡର୍ସଠାରେ ସେ ସର୍ବାଧିକ ୧୩୭* ରନ ସ୍କୋର କରିଥିଲେ। ଏହି ଦୁଇ ଇନିଂସ ମଧ୍ୟରେ ଓ୍ବକ୍ସ ୧୭ଟି ଇନିଂସ ଖେଳିଥିଲେ ହେଁ ୧୨.୩୧ ହାରରେ ମାତ୍ର ୧୯୭ ରନ କରିବାକୁ ସକ୍ଷମ ହୋଇଥିଲେ।
* ପାକିସ୍ତାନ ଅନେକ ସମୟରେ ୟୁଏଇରେ ଘରୋଇ ଟେଷ୍ଟ ଖେଳିଛି। ତେଣୁ ୟୁଏଇକୁ ଛାଡ଼ିଦେଲେ ବାହାର ପରିବେଶରେ ପାକିସ୍ତାନର ଏହା କ୍ରମାଗତ ୭ମ ଟେଷ୍ଟ ପରାଜୟ। ଶେଷଥରପାଇଁ ଏହି ଦଳ ୨୦୧୮ରେ ଲଡର୍ସଠାରେ ଇଂଲଣ୍ଡକୁ ୯ ଉଇକେଟରେ ପରାସ୍ତ କରିଥିଲା।