Categories: ବାଣିଜ୍ୟ

ଅଗଷ୍ଟ-ସେପ୍ଟେମ୍ବରରେ ଆରମ୍ଭ ହେବ ୫ଜି ସେବା

ନୂଆଦିଲ୍ଲୀ,୧୯ ।୬: ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ୨୦ରୁ ୨୫ଟି ସହରରେ ୫ଜି ସେବା ଆରମ୍ଭ କରାଯିବ ବୋଲି କେନ୍ଦ୍ର ଦୂରସଞ୍ଚାର (ଆଇଟି) ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ସୂଚନା ଦେଇଛନ୍ତି। ଦର କମ୍‌ ଥିବାରୁ ଭାରତରେ ଡାଟା ଦର ଅନ୍ୟ ଦେଶଗୁଡ଼ିକ ତୁଳନାରେ କମ୍‌ ରହିବ ବୋଲି ସେ କହିଛନ୍ତି। ୫ଜି ରୋଲ୍‌ ଆଉଟ୍‌ ଅଗଷ୍ଟ-ସେପ୍ଟେମ୍ବର ମାସରେ ଆରମ୍ଭ ହେବ। କେବଳ ୫ଜି ନୁହେଁ, ଦେଶରେ ୪ଜି ସେବାକୁ ମଧ୍ୟ ବିକଶିତ କରାଯାଉଛି। ଏହାଦ୍ୱାରା ଭାରତ ବିଶ୍ୱ ପାଇଁ ଡିଜିଟାଲ ନେଟ୍‌ଓ୍ବାର୍କ କ୍ଷେତ୍ରରେ ଏକ ବିଶ୍ୱସନୀୟ ସ୍ରୋତ ଭାବେ ନିଜ ସ୍ଥିତି ମଜଭୁତ କରିପାରିବ ବୋଲି ବୈଷ୍ଣବ କହିଛନ୍ତି। ହ୍ବାଟ୍‌ ଇଣ୍ଡିଆ ଥିଙ୍କ୍‌ ଟୁଡେ ଗ୍ଲୋବାଲ ସମିଟ୍‌ର ବୈଶ୍ୱିକ ସମ୍ମିଳନୀରେ ସେ କହିଛନ୍ତି, ବିଶ୍ୱର ଅନେକ ଦେଶ ଭାରତ ଦ୍ୱାରା ବିକଶିତ କରାଯାଉଥିବା ୪ଜି ଏବଂ ୫ଜିକୁ ପ୍ରାଥମିକତା ଦେବାକୁ ଚାହୁଁଛନ୍ତି।

Share