Categories: Home Leftଖେଳ

୫୬ ବର୍ଷୀୟ ପାଓ୍ବାରଲିଫ୍ଟର ଲଳିତଙ୍କ କମାଲ: ଜିତିଲେ ୩ ସ୍ବର୍ଣ୍ଣ ପଦକ

ଅହମଦାବାଦ, ୩୧ା୫: ଗୁଜରାଟର ୫୬ ବର୍ଷୀୟ ପାଓ୍ବାରଲିଫ୍ଟର ଲଳିତ ପଟେଲ ଥାଇଲାଣ୍ଡର ପଟାୟାଠାରେ ଅନୁଷ୍ଠିତ ଆଇବିବିଏଫ୍‌ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ରେ ୩ ପଦକ ହାସଲ କରିଛନ୍ତି। ମାଷ୍ଟର-୨ କାଟେଗୋରିରେ ଭାଗ ନେଇଥିବା ପଟେଲ ବେଞ୍ଚ ପ୍ରେସ୍‌, ଡେଡ୍‌ ଲିଫ୍ଟ ଓ ସ୍କ୍ବାଟ୍‌ ଇଭେଣ୍ଟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ଏହି ଗ୍ଲୋବାଲ ଇଭେଣ୍ଟ ଲାଗି ପଟେଲ ଗତ ୮ ମାସ ହେଲା ବ୍ୟାପକ ଟ୍ରେନିଂ ସହ ନିଜକୁ ଭଲ ରୂପେ ପ୍ରସ୍ତୁତ କରିଥିଲେ। ସେ ୫ ବର୍ଷ ପୂର୍ବେ ପାଓ୍ବାର ଲିଫ୍ଟିଙ୍ଗରେ ପାଦ ଦେଇଥିଲେ। ସେ ଜଣେ ଶାକାହାରୀ ଥିଲେ। ଏହି ସଫଳତା ହାସଲ କରିବାରେ ବୟସ ତାଙ୍କ ପାଇଁ ବାଧକ ହୋଇ ନ ଥିଲା ବୋଲି ପଟେଲ କହିଛନ୍ତି। ଇତିମଧ୍ୟରେ ସେ ୧୬ ଜିଲା ସ୍ତରୀୟ ଓ ୧୨ ଜାତୀୟ ସ୍ତରୀୟ ପଦକ ହାସଲ କରିସାରିଛନ୍ତି। ଏଣିକି ସେ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଯୁବ ଆଥ୍‌ଲେଟମାନଙ୍କୁ ଦିଗ୍‌ଦର୍ଶନ ଦେବେ।

Share