ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା ଯାଉଛି। ଜିଲାର ଜନବସତି ଅଞ୍ଚଳରେ କିଛିଦିନ ହେଲା ଗୋଟିଏ କଲରାପତରିଆ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଥିଲେ। ଗତ ସପ୍ତାହରେ ବାଘଟି ସ୍ପଷ୍ଟ ଦିବାଲୋକରେ ଜଣଙ୍କୁ ମାରିଦେବା ପରେ ସ୍ଥାନୀୟ ଲୋକଙ୍କ ଭୟ ଆହୁରି ବଢ଼ିଯାଇଛି। ଫଳରେ କୋଭିଡ୍‌ ସମୟର ଲକ୍‌ଡାଉନ୍‌ ଭଳି ସ୍ଥିତି ଦେଖାଯାଇଛି। ଲୋକେ ଘରୁ ବାହାରିପାରୁ ନାହାନ୍ତି। ସାଧାରଣ ଜୀବନଯାତ୍ରା ଏକପ୍ରକାର ଅଚଳ ହୋଇପଡ଼ିଛି। ଆମେ ଆତ୍ମଘୋଷିତ ଲକ୍‌ଡାଉନ୍‌ରେ ରହିବା ଭଳି ଅନୁଭବ କରୁଛୁ ବୋଲି ବଲବୀର ସିଂ ରାଓ୍ବତ୍‌ ନାମକ ଗ୍ରାମବାସୀ କହିଛନ୍ତି।

 

Dharitri – Odisha’s No.1 Odia Daily