ଭୁବନେଶ୍ୱର,୧୫ା୫: ସାମାଜିକ ଓ ଆର୍ଥିକ ଅନଗ୍ରସର (SEBC) ପାଇଁ ସଂରକ୍ଷଣ ପ୍ରସଙ୍ଗ ନେଇ ସ୍ପଷ୍ଟ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କାଲିର କ୍ୟାବିନେଟ୍ ନିଷ୍ପତ୍ତି ନେଇ ମନ୍ତ୍ରୀ ଏହି ଦ୍ବନ୍ଦ୍ବ ଦୂର କରିଛନ୍ତି।
ଜାତିଭିତ୍ତିକ ସଂରକ୍ଷଣ ୫୦% ଟପିବନି ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏଥିପାଇଁ SEBC ବର୍ଗଙ୍କ ନାମଲେଖା ନେଇ ୧୧.୨୫% ସଂରକ୍ଷଣ କରାଯାଇଛି। ପୂର୍ବରୁ SC/ST ବର୍ଗଙ୍କ ପାଇଁ ୩୮.୭୫% ସଂରକ୍ଷଣ ବ୍ୟବସ୍ଥା ରହିଛି। ସେହିପରି SEBC ସଂରକ୍ଷଣ ୧୧.୨୫% ମିଶିଲେ ଏହା ୫୦%ରେ ସୀମିତ ରହିବ। ଦିବ୍ୟାଙ୍ଗଙ୍କ ୬% ଓ ପୂର୍ବତନ ସେନାନୀଙ୍କ ପରିବାରକୁ ୧% ସଂରକ୍ଷଣ ଅଲଗା। କାରଣ ଏମାନଙ୍କୁ ଦିଆଯାଇଥିବା ସଂରକ୍ଷଣ ଜାତିଭିତ୍ତିକ ନୁହେଁ। ଏହା ସୁପ୍ରିମକୋର୍ଟ ଗାଇଡ୍ଲାଇନ୍ ଉଲ୍ଲଙ୍ଘନ କରୁ ନାହିଁ ବୋଲି ସୂର୍ଯ୍ୟବଂଶୀ କହିଛନ୍ତି।