ଇଥିଓପିଆରେ ଭୟଙ୍କର ଭୂସ୍ଖଳନ: ୫୦, ମୃତ, ୧୨୫ ନିଖୋଜ

ଆଡିସ୍‌ ଆବାବା,୧୩।୩: ଇଥିଓପିଆର ଦକ୍ଷିଣ ଭାଗରେ ସପ୍ତାହେ ଧରି ପ୍ରବଳ ବର୍ଷା ଫଳରେ ୩ ଜିଲାରେ ଭୂସ୍ଖଳନ ଯୋଗୁ ଅନୂ୍ୟନ ୫୦ ଜଣଙ୍କ ମୃତ୍ୟୁ ଘଟିବା ସହ ୧୨୫ ଜଣ ନିଖୋଜ ଅଛନ୍ତି। ଗାମୋ ଜୋନ୍‌ରେ ହୋଇଥିବା ଭୂସ୍ଖଳନରେ ଗାଚୋ ବାବା, କାମ୍ବା ଓ ବୋଙ୍କେ ଜିଲା ପ୍ରଭାବିତ ହୋଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

ଏହି ଘଟଣାରେ ଦୁଃଖ ପ୍ରକାଶ କରି ଦକ୍ଷିଣ ଇଥିଓପିଆ ଆଞ୍ଚଳିକ ରାଜ୍ୟର ରାଷ୍ଟ୍ରପତି ତିଲାହୁନ କେବେଡେ ବାସିନ୍ଦାଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ଅନୁରୋଧ କରିଛନ୍ତି । ବର୍ଷା ଜାରି ରହିଛି ଏବଂ କର୍ତ୍ତୃପକ୍ଷ ଆହୁରି ଭୂସ୍ଖଳନ ଆଶଙ୍କା ରହିଥିବାରୁ ସେ ଏଭଳି କହିଛନ୍ତି ।

 

Dharitri – Odisha’s No.1 Odia Daily

Share