Categories: Home Leftଖେଳ

୫୦ ବାଳିକାଙ୍କୁ କିକ୍‌ ଅଫ୍‌ ସଲ୍ୟୁଶନର କ୍ରୀଡ଼ାବୃତ୍ତି

ଭୁବନେଶ୍ୱର୧୧ା୧୦(ସ୍ପୋଟର୍‌ସ ବ୍ୟୁରୋ): ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଭାରତ ଏବଂ ଆଫ୍ରିକାର ୫୦ ଜଣ ବାଳିକାଙ୍କୁ କ୍ରୀଡ଼ାବୃତ୍ତି ମାଧ୍ୟମରେ ଫିଫା ବିଶ୍ୱକପ୍‌ ଦେଖିବାର ସୁଯୋଗ ଦେଉଛି ସ୍ବେଚ୍ଛାସେବୀ ସଙ୍ଗଠନ କିକ୍‌ଅଫ ସଲ୍ୟୁଶନ। କ୍ରୀଡ଼ା ଦ୍ୱାରା ବିକାଶ ଏହି ସଙ୍ଗଠନର ମୁଖ୍ୟ ଲକ୍ଷ୍ୟ ହୋଇଥିବା ବେଳେ ପଛୁଆ ବର୍ଗର ବାଳିକାମାନଙ୍କୁ କ୍ରୀଡ଼ାବୃତ୍ତି ଜରିଆରେ ମୁଖ୍ୟସ୍ରୋତରେ ସାମିଲ କରୁଛି। ୟୁନିଫାଏ-୨୦୨୨ କାର୍ଯ୍ୟକ୍ରମ ମାଧ୍ୟମରେ ସୋମବାର ୫୦ ଜଣ ବାଳିକା ଗୋଟିଏ ପ୍ଲାଟ୍‌ଫର୍ମରେ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ର ଖେଳାଳି ମାନଙ୍କୁ ଭେଟିବାର ସୁଯୋଗ ମଧ୍ୟ ପାଇଥିଲେ। ଅନୁସୂଚିତ ଜନଜାତି ସମ୍ପ୍ରଦାୟ ତଥା ଅନ୍ୟ ପଛୁଆ ବର୍ଗରେ ରହିଥିବା ଲିଙ୍ଗଗତ ପ୍ରଭେଦକୁ ଦୂର କରିବା ପାଇଁ ଆମର ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ମତ ଦେଇଛନ୍ତି ପ୍ରତିଷ୍ଠାତା ତଥା ସିଇଓ ସୁବ୍ରତ ବିଶ୍ୱାସ। ଏହି ବାଳିକାମାନେ ନିଜ ପାଇଁ ଆଦର୍ଶ। ନିଜର ଆତ୍ମବିଶ୍ବାସ ଓ ଦୃଢ଼ ସଂକଳ୍ପ କାରଣରୁ ଏମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିପାରିଛନ୍ତି ବୋଲି କହିଛନ୍ତି କିକ୍‌ ଅଫ୍‌ ସଲ୍ୟୁଶନର ଗ୍ଲୋବାଲ ପ୍ରୋଗ୍ରାମ ନିର୍ଦ୍ଦେଶକ ଆନନ୍ଦ ଦେବଶର୍ମା। କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଏହି ୫୦ ବାଳିକାଙ୍କୁ ଭାରତ ଏବଂ ଆମେରିକା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ଦେଖିବାର ସୁଯୋଗ ମଧ୍ୟ ମିଳିବ।

Share