ତାଇଓ୍ବାନ୍‌ରେ ଚାଇନାର ୫ ଯୁଦ୍ଧବିମାନ, ୪ ଜାହାଜ

ତାଇପେଇ,୫ା୪: ତାଇଓ୍ବାନ୍‌କୁ ବଳପୂର୍ବକ ଦଖଲ ଉଦ୍ୟମ ଜାରି ରଖିଥିବା ଚାଇନା ଏହି ସ୍ବାଧୀନ ଦ୍ୱୀପରାଷ୍ଟ୍ରକୁ ୫ଟି ଯୁଦ୍ଧବିମାନ ଓ ୫ ନୌସେନା ଜାହାଜ ପଠାଇଛି। ରବିବାର ପୂର୍ବାହ୍ନ ୬ଟାରୁ ସୋମବାର ପୂର୍ବାହ୍ନ ୬ଟା ମଧ୍ୟରେ ସେଗୁଡ଼ିକୁ ଦେଖିବାକୁ ମିଳିଥିବା ତାଇଓ୍ବାନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ ଅଣାଯାଇଛି।

ଏହାକୁ ମିଶାଇ ଏପ୍ରିଲରେ ବେଜିଂ ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ)ର ମୋଟ ୨୮ ସାମରିକ ଏୟାରକ୍ରାଫ୍ଟ ଏବଂ ୭ ଯୁଦ୍ଧଜାହାଜ ତାଇଓ୍ବାନ୍‌କୁ ପଠାଇଥିବା କୁହାଯାଉଛି।

Share