କୋଲକାତା,୨୧।୧୧: ଶୁକ୍ରବାର ସକାଳୁ ସକାଳୁ ବାଂଲାଦେଶର ଘୋରାଶାଲ ନିକଟରେ ୫.୨ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହେବା ପରେ ପଶ୍ଚିମବଙ୍ଗର କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ମୃଦୁ ଝଟକା ଅନୁଭୂତ ହୋଇଛି।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶର ନରସିଂହଦି ଠାରୁ ୧୪ କିଲୋମିଟର ଦୂରରେ ଥିଲା। କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳର ବାସିନ୍ଦାମାନେ ଭୂକମ୍ପ ସମୟରେ ମୃଦୁ କମ୍ପନ ଅନୁଭବ କରିଥିଲେ। ଲୋକମାନେ ଘରେ ପଙ୍ଖା ଓ କାନ୍ଥରେ ଝୁଲୁଥିବା ସାମଗ୍ରୀ ସାମାନ୍ୟ ଦୋହଲୁଥିବା ଲକ୍ଷ୍ୟ କରିଥିଲେ। ତେବେ କୌଣସି ବଡ଼ ଧରଣର କ୍ଷୟକ୍ଷତିର ସୂଚନା ମିଳିନାହିଁ।