ନୂଆପଡ଼ା,୭।୧୧(ମକାରୁ ବେମାଲ): ନୂଆପଡ଼ା ନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ କରିଛନ୍ତି। ପ୍ରେସମିଟ କରି୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ବାହାର ଲୋକଙ୍କୁ ନୂଆପଡ଼ା ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯିଏ ନୂଆପଡ଼ା ଯାଇଛନ୍ତି ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସମସ୍ତେ ନୂଆପଡ଼ା ଛାଡ଼ିବେ। ଅସୁସ୍ଥ କହି ଯିଏ ରହିବାକୁ କହିବେ ତାଙ୍କୁ ମେଡିକାଲ ବୋର୍ଡ ପରୀକ୍ଷା କରିବ। ବର୍ତ୍ତମାନ ସୁଦ୍ଧା ନୂଆପଡ଼ାରୁ ୧ କୋଟି ୨୨ ଲକ୍ଷ ଟଙ୍କାଜବତ ହେଲାଣି।୧ କୋଟି ୩୨ ଲକ୍ଷ ଟଙ୍କାର ମଦ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ମିଡିଆ କଭରେଜ ଉପରେ ସର୍ତ୍ତ ଲାଗୁ ମୁଖ୍ୟ ନିର୍ବାଚନ ଅଧିକାରୀ କରିଛନ୍ତି। ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ସମ୍ପର୍କିତ କୌଣସି କଣ୍ଟେଣ୍ଟ ପ୍ରସାରଣ ନ କରିବାକୁ ଅପିଲ କରିଛନ୍ତି। ଭାଟରଙ୍କୁ ପ୍ରଭାବିତ କଲା ଭଳି କଣ୍ଟେଣ୍ଟ ପ୍ରସାରଣ ନ କରିବାକୁ ମଧ୍ୟ ଅପିଲ କରିଛନ୍ତି।