Posted inଖେଳ

କୁମାର ଭରତ ‘ଭୁବନେଶ୍ୱର କୁମାର’

ପୁରୁଣା ଭୁବନେଶ୍ୱର, ୧୭।୪(ଡି.ଏନ.ଏ.)- ରାମେଶ୍ୱର କ୍ଲବ ଆନୁକୂଲ୍ୟରେ ‘ଭୁବନେଶ୍ୱର କୁମାର’ ଜିଲା ସ୍ତରୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱରର ବିଭିନ୍ନ ଜିମ୍ନାସିୟମ ଓ କ୍ଲବର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର ଓ ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଏମ୍‌ସି ବଉଳଗଡ଼ ଜିମ୍‌ର କୁମାର ଭରତ ପ୍ରଥମସ୍ଥାନ ଅଧିକାର କରି ‘ଭୁବନେଶ୍ୱର କୁମାର’ ଟାଇଟଲ ଜିତିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ଜେନା,  ଓମ୍‌କାର ଦାଶ ମହାପାତ୍ର, ସୋନୁ ଶ୍ରେଷ୍ଠ, ବିକ୍ରମ ମହାରଣା, ପ୍ରିୟବ୍ରତ ଦାସ, ବିଚିତ୍ର ନାୟକ, ଅବିନାଶ ଷଣ୍ଢ, ପ୍ରମୋଦ କୁମାର ସ୍ବାଇଁ, ଜଗଜିତ ମହାପାତ୍ର ଯଥାକ୍ରମେ ଦ୍ୱିତୀୟରୁ ୧୦ମ ସ୍ଥାନ ଅଧିକାର କରିଥିଲେ। ରାଜ୍ୟ ସଂଘ କର୍ମକର୍ତ୍ତାଙ୍କ ସହ ବରିଷ୍ଠ ପ୍ରଶିକ୍ଷକ ସୁରେନ୍ଦ୍ରନାଥ ଗୌଡ଼, ରାଜକିଶୋର ମଲ୍ଲିଆ ବିଚାରକ ଏବଂ ଦିବାକର ପ୍ରହରାଜ ଓ ବିନୋଦ କୁମାର ମହାରଣା ଷ୍ଟେଜ ମାର୍ଶାଲ ଦାୟିତ୍ୱ ନିର୍ବାହ କରିଥିଲେ। ସୁରେଶ ଚନ୍ଦ୍ର ମନ୍ତ୍ରୀ ଏବଂ ଅନୁଷ୍ଠାନର ଆଜୀବନ ସଭାପତି ସୁରେଶ କୁମାର ରାଉତରାୟ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ରାମେଶ୍ୱର କ୍ଲବର ସଭାପତି ଅକ୍ଷୟ କୁମାର ଦିକ୍ଷୀତ, ସମ୍ପାଦକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By

Posted inଖେଳ

ପୁଣି ପ୍ରଶଂସକଙ୍କୁ ଚକିତ କଲେ ଅଶ୍ୱିନ

ଚେନ୍ନାଇ,୨୦।୭- ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ପ୍ରଶଂସକଙ୍କୁ ଚକିତ କରିଛନ୍ତି। ଏଠାରେ ଅଶ୍ୱିନ ଡିଣ୍ଡିଗୁଲ ଡ୍ରାଗନ୍ସ ଓ ଚେପକ ସୁପର ଗିଲ୍‌ସ...

ମିଳିମିଶି କାର୍ଯ୍ୟ କରିବାକୁ ଆଇ-ଲିଗ୍‌ କ୍ଲବ୍‌ଗୁଡିକୁ ଫିଫାର ପରାମର୍ଶ

ନୂଆଦିଲ୍ଲୀ,୮।୮(ପି.ଟି.)- ସବୁ ପ୍ରକାର ସମସ୍ୟାର ସମାଧାନ ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ବିଦ୍ରୋହ କରିଥିବା ଆଇ- ଲିଗ୍‌ କ୍ଲବଗୁଡିକୁ ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା...

ମୁମ୍ବାଇ ୪୦ ରନରେ ବିଜୟୀ

ନୂଆଦିଲ୍ଲୀ,୧୯।୪(ପି.ଟି)- ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୪ତମ ମ୍ୟାଚ୍‌ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୦ ରନରେ ପରାସ୍ତ...

ରୋହିତ-ରାହୁଲଙ୍କ ରେକର୍ଡ ଓପନିଂ ଭାଗୀଦାରି

ଲିଡ୍ସ,୭।୭- ଭାରତୀୟ ଦଳ ତା’ର ଅନ୍ତିମ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୭ ଉଇକେଟରେ ହରାଇ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଏହି...

କୋପା ଆମେରିକା: ସେମିରେ ବ୍ରାଜିଲ

ପୋର୍ତୋ ଆଲେଗ୍ରେ,୨୯।୬- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ପ୍ରଥମ ଦଳଭାବେ ବ୍ରାଜିଲ ସେମିଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲରେ ଏହି ଦଳ ଶୁଟ୍‌ଆଉଟ୍‌ ଜରିଆରେ...

ଭେନୁଗୋପାଳ ରାଓଙ୍କ ଅବସର

ମୁମ୍ବାଇ, ୩୧।୭(ପି.ଟି.)-ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ତଥା ଆନ୍ଧ୍ର ପ୍ରଦେଶ ଦଳର ଅଧିନାୟକ ଓ୍ବାଇ. ଭେନୁଗୋପାଳ ରାଓ ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଭାରତ...

ଡାଇମଣ୍ଡ ଲିଗ୍‌: ଅନୁ ରାଣୀଙ୍କୁ ୭ମ ସ୍ଥାନ

ଲାଉସାନେ, ୬।୭ (ପି.ଟି.): ଜାତୀୟ ରେକର୍ଡର ଅଧିକାରିଣୀ ଜାଭେଲିନ ଥ୍ରୋୟର ଅନୁ ରାଣୀ ନିଜର ପ୍ରଥମ ଡାଇମଣ୍ଡ ଲିଗ ପ୍ରତିଯୋଗିତାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଏଠାରେ...

ଲିଭରପୁଲ୍‌କୁ ୬ଷ୍ଠ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ

ମାଡ୍ରିଡ୍‌,୨ା୬- ମହମ୍ମଦ ସାଲା ଚାମ୍ପିୟନ୍ସ ଲିଗ୍‌ ଫାଇନାଲର ଅନ୍ୟତମ ଦ୍ରୁତତମ ଗୋଲ ଓ ଡିଭୋକ ଓରିଗିଙ୍କ ଗୋଲ ବଳରେ ଲିଭରପୁଲ ଦଳ ୨-୦ ଗୋଲରେ ଟୋଟେନହାମକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *