ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ ): ଭଞ୍ଜନଗର ବ୍ରହ୍ମାକୁମାରୀ ଅନୁଷ୍ଠାନ ଶାନ୍ତି ସ୍ରୋତ ଭବନରେ ଗୁରୁବାର ୪୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ନେତା ଜଗବନ୍ଧୁ ଜେନା ଓ ସନ୍ତୋଷ କୁମାର ଜେନା, ସମାଜ ସେବୀ ଶୂଳପାଣି ଶତପଥୀ ଉପସ୍ଥିତ ଥିଲେ। ଏହି ଅବସରରେ ପତାକା ଉତ୍ତୋଳନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମୁଖ୍ୟବକ୍ତା ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ଅନୁଷ୍ଠାନର ଅଦ୍ୟାବଧି କାର୍ଯ୍ୟଧାରାର ସମସ୍ତ ବିବରଣୀ ପ୍ରଦାନ କରିଥିଲେ। ବ୍ରହ୍ମା କୁମାର ବୈକୁଣ୍ଠ ଭାଇ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ରହ୍ମା କୁମାରୀ ଅଲିଭା, ଅନୀତା, ପ୍ରାପ୍ତି, ପିଙ୍କି ଭଉଣୀ ସମସ୍ତ କାର୍ଯ୍ୟରେ ସହଯୋଗୀ ହୋଇ ଶୃଙ୍ଖଳିତ ଭାବେ କାର୍ଯ୍ୟ ସଂପାଦନ କରିଥିଲେ।
Dharitri – Odisha’s No.1 Odia Daily