ତୁମୁଡିବନ୍ଧ,୧୭।୧୦(ଦୀପକ କୁମାର ପରାସେଠ): କାନ୍ଧମଳ ଜିଲା ତୁମୁଡିବନ୍ଧ ପୋଲିସକୁ ଆଉ ଏକ ସଫଳତା ମିଳିଛି । ଗଞ୍ଜେଇ ଚୋରାଚାଲାଣ ବେଳେ ତୁମୁଡିବନ୍ଧ ପୋଲିସ କୌଣସି ସୂତ୍ରରୁ ଖବରପାଇ ଗଞ୍ଜେଇ ଓ ଗାଡିକୁ ଧରିବା ପାଇଁ ଅଙ୍କିଥିଲା ରୋଡ଼ ବ୍ଲକ ମ୍ୟାପ । ଏକାଧିକ ସ୍ଥାନରେ ରୋଡ଼ ବ୍ଲକ କରାଯାଇଥିଲା।
ପ୍ରାୟ ୩ ଘଣ୍ଟାର ଅପରେଶନ ପରେ ୩ ଅଭିଯୁକ୍ତ, ଗଞ୍ଜେଇ ଏବଂ ଦୁଇଟି କାର ଗୋଟିଏ ପଲସ୍ର ବାଇକ୍କୁ ଜବତ କରିବାରେ ସଫଳ ହୋଇଥିବା ବେଳେ ଜଣେ ଫେରାର ହୋଇଛନ୍ତି। ଏହି ଘଟଣା ଶୁକ୍ରବାର ସାାରେ ଘଟିଛି।
ସୂଚନାପ୍ରକାରେ, ତୁମୁଡିବନ୍ଧ ଥାନା କର୍ତ୍ତମଗଡ଼ ପାଞ୍ଚାୟତଠାରୁ ରାୟଗଡ଼ା ଜିଲା ଚାଲାଣ ହେଉଥିଲା ଗଞ୍ଜେଇ। ଏକ ଡଷ୍ଟର କର ଓଡି-୦୯ଇ ୨୭୨୯, ଆଉ ଏକ କାର ଓ଼ଆର-୦୨ବିଏକ୍ସ ୭୪୯୬ ଓ ଏକ ପଲସର ବାଇକ ଓଡି-୧୨ଏଫ ୯୬୩୭ ନମ୍ବର ଗାଡ଼ି ରେ ୪୨ କିଲୋ ଗଞ୍ଜେଇ ନେଇ ପାଞ୍ଚ ଜଣ ବାହାରି ଥିଲେ କୁର୍ତୁମ ଗଡ଼ କନ୍ଧମାଳ ଜିଲାର ବାଲିଗୁଡା ଥାନା ମରାଉଡିଙ୍ଗ ଗ୍ରାମର ସିଦ୍ଧାନ୍ତ ଦିଗଲ ଓ କୁର୍ତୁମ ଗଡ଼ ଗ୍ରାମର ଆମ୍ବୁଜ ମାଲିକ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ, ରାୟଗଡ଼ା ଜିଲା ବିଷମ କଟକ ଥାନା ବଢ଼ୁାହାଡ଼ ଗ୍ରାମର ଲିଲୁ କୌଶଲ୍ୟା ଓ ସ୍ଲାଖ ବନ୍ଧ ଗ୍ରାମର ଅମିତ ବାତ୍ରା ମିଶି ରାୟଗଡା ଜିଲାକୁ ଗଞ୍ଜେଇ ଚାଲାଣ କରୁଥିଲେ।
ଏହି ଖବର ପାଇ ତୁମୁଡିବନ୍ଧ ପୋଲିସ ସଜାଗ ହୋଇ ପ୍ରାୟ ତିନି ଘଣ୍ଟା ଅପେରଶ ନ କରିଥିଲା। କୁର୍ତୁମଗଡ଼ ତୁମୁଡିବନ୍ଧ ପର୍ଯ୍ୟନ୍ତ ବିଭିନ୍ନ ଗଳି ରାସ୍ତା ଗୁଡ଼ିକରେ ନାକା କରିଥିଲା। ଗଞ୍ଜେଇ ଚାଲାଣକାରୀଙ୍କୁ ତୁମୁଡିବନ୍ଧଠାରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ୫ ନମ୍ବର ରାଜ୍ୟ ରାଜପଥର କାଲିସା ପଦର ଛକଠାରେ ଗିରଫ କରିବାରେ ଠାବ କଲାବେଳେ ଆମ୍ବୁଜ ମାଲିକ ଗାଡ଼ି ଛାଡ଼ି ଫେରାର ହେବା ବେଳେ ଅନ୍ୟ ତିନି ଜଣଙ୍କୁ ପୋଲିସ ଗିରଫ କରିଛି। ସେଠାରେ ତୁମୁଡିବନ୍ଧ ତହସିଲଦାର ଦୋଳ ଗୋବିନ୍ଦ ସାହୁଙ୍କ ଉପସ୍ଥିତରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା । ତେବେ ଏହି ବାବଦରେ ତୁମୁଡିବନ୍ଧ ଥାନାରେ ୧୨୫/୨୫ ନମ୍ବର ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି ଚାରି ଚକିଆ ଯାନ, ଏକ ଗୋଟି ପଲସର ମୋଟର ସାଇକେଲ ଓ ୪୨ କିଗ୍ରା ଗଞ୍ଜେଇ ଜବତ କରିଛି। ତେବେ ଫେରାର ଅଭିଯୁକ୍ତକୁ ଗିରଫ କେବେ କରିବା ତାହା ବାକି ରହିଲା।
Dharitri – Odisha’s No.1, Most Trusted Odia Daily