ତୁମୁଡିବନ୍ଧ,୨୧।୧୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳର କୁର୍ତୁମ ଗଡ଼ ସେକ୍ସନର କରକୁଡୁପା ପାଞ୍ଚାୟତର ଜାକିଙ୍ଗିଆ ଜଙ୍ଗଲରେ ଶାଳକାଠ ବୋଝେଇ ଏକ ୪୦୭ ଗାଡ଼ିକୁ ଜବତ କରିବାରେ ତୁମୁଡିବନ୍ଧ ବନ ବିଭାଗ ସଫଳ ହୋଇଛି ।
ସୂଚନା ଅନୁସାରେ ଶୁକ୍ରବାର ରାତିରେ ଗାଡ଼ି ନଂ ଓ଼ଆର ୦୨ବିଜେ ୬୮୦୭ ଏକ ୪୦୭ଡାଲା ଗାଡିରେ ୭୫ଖଣ୍ତ ଶାଳ କାଠ କୁର୍ତୁମ ଗଡ଼ ଜକିଙ୍ଗିଆ ଜଙ୍ଗଲରୁ ଚୋରା ଚାଲାଣ ହେଉଥିବା କୌଣସି ପ୍ରକାରେ ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ କାଳୀ ଚରଣ ବେହେରା ଖବର ପାଇଥିଲେ। ପରେ ସେ ସଦଳବଳ ବାଟରେ ଜଗି ରହିଥିଲେ। ଗାଡ଼ି ଡ୍ରାଇଭର ଓ କାଠ ମାଫିଆ କୌଣସି ପ୍ରକାରେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ବନ ବିଭାଗର ଅଧିକାରୀମାନେ ଗାଡ଼ିରେ ଶାଳ କାଠ ଥିବା ଦେଖିବାକୁ ପାଇଥିଲେ। ଏହାକୁ ଏକାଧିକ ଧାନ କୁଣ୍ଡା ବସ୍ତା ବିଛାଇ ଚୋରା ଚାଲାଣ କରାଯାଉଥିବା ଦେଖିବାକୁ ମିଳିଥିଲା । ତେବେ ଉକ୍ତ 407 ଗାଡିଟିକୁ ଜବତ କରି ତୁମୁଡିବନ୍ଧ ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଛି। ଜବତ ହୋଇଥିବା ଶାଳ କାଠ ମୂଲ୍ୟ ଆନୁମାନିକ ୩ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି।
ଏହି ଗାଡିକୁ ଜବତ କରିବାପାଇଁ ସ୍ବତନ୍ତ୍ର ଏକ ଦଳ ଗଠନ କରି ଅଭିଯାନ ଆରମ୍ଭ ହୋଇଥିଲା। ଏହି ଦଳରେ ବନପାଳ ଟିଙ୍କୁ ବେହେରା , ବନରଖି ସୌଦାମିନୀ ସାମଲ, ଶଶୀଳ କୁମାର ପ୍ରଧାନ, ରଜନୀକାନ୍ତ ଛୋଟରାୟ ଏବଂ ଫରେଷ୍ଟ ପ୍ରଟେକ୍ସନ ଦଳ ସମିଥିଲେ l ତେବେ ଗାଡିଟିକୁ ଜବତ କରି ଏକ ମାମଲା ୮/୨୫-୨୬ ରେ ରୁଜୁ କରି ତଦନ୍ତ ଜାରି ରହିଥିବା ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ କାଳୀଚରଣ ବେହେରା ସୂଚନା ଦେଇଛନ୍ତି l
Dharitri – Odisha’s No.1 Odia Daily