ଦୁର୍ଘଟଣାରେ ଏକାବେଳକେ ୪ ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା,୧।୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ୧୬ନମ୍ବର ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୃଥକ ଦୃର୍ଘଟଣା ଜଣେ ଯୁବତୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ପିଏନ୍‌ କଲେଜ ରାଜପଥ ଉପରେ ମଧ୍ୟ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ବାଇକକୁ ଏକ କଣ୍ଟେନର ଧକ୍କା ଦେଇଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ପୁରୀ ଜିଲା ସାତଶଙ୍ଖ ଅଞ୍ଚଳର ବୋଲି ଜଣାପଡିଛି। ବିପରୀତ ଦିଗରେ ଭୁବନେଶ୍ବର ପଟୁ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି। ଦୁର୍ଘଟଣା ଘଟାଇଥିବା ଗାଡିକୁ ପୋଲିସ ପିତାପଲ୍ଲୀ ଛକରେ ଜବତ କରିଛି। ଡ୍ରାଇଭର ଅଟକ ରହିଛନ୍ତି। ରାତିରେ ପାଟ୍ରୋଲିଂ ବେଳେ ପୋଲିସ ଖବରପାଇ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।
ସେହିପରି ଦୁଇ ଜଣ କଲେଜ  ଯୁବତୀ ପିଏନ୍‌ କଲେଜ ଓଭରବ୍ରିଜ ଉପର  ଏପଟୁ ସେପଟୁ ପାର ହେବା ବେଳେ ଅଜଣା ଗାଡି ଧକ୍କାରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଆହତଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ମୃତ ଯୁବତୀଙ୍କ ପରିଚୟ ମିଳି ପାରିନି।