Dr Jitendra Singh @DrJitendraSingh Immediately after receiving information of Bus mishap at #Katra, just now spoke to Deputy Commissioner, #Reasi (J&K),Ms Babila Rakhwal. 2 casualties reported, injured shifted to Naraina Hospital.All possible help, financially and otherwise, will be provided to the injured.
କଟ୍ରା,୧୪।୫: ଜମ୍ମୁ-କଶ୍ମୀରର କଟ୍ରା ନିକଟରେ ଶୁକ୍ରବାର ଏକ ତୀର୍ଥଯାତ୍ରୀ ବସ୍ରେ ନିଆଁ ଲାଗିଯିବାରୁ ୪ ଯାତ୍ରୀ ଜୀବନ୍ତ ଦଗ୍ଧ ହେବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ବୈଷ୍ଣୋଦେବୀକୁ ତୀର୍ଥଯାତ୍ରୀ ନେଇଯାଉଥିବା ବସ୍ର ଇଞ୍ଜିନରୁ ନିଆଁ ଲାଗି ପରେ ସମ୍ପୂର୍ଣ୍ଣ ବସ୍ ଜଳିଯାଇଥିବା ପ୍ରାଥମିକ ଅନୁଧ୍ୟାନରୁ ଜଣାପଡ଼ିଛି। ବସ୍ଟି କଟ୍ରାରୁ ଜମ୍ମୁ ଯାଉଥିବାବେଳେ ଖର୍ମାଲଠାରେ ନିଆଁ ଲାଗିଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ କଟ୍ରା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଦୁଇଜଣଙ୍କ ଜୀବନ ଯାଇଥିଲା। ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଘଟଣାରେ ଶୋକବ୍ୟକ୍ତ କରିବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।