ନୟାଗଡ଼,୨୫।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ୪ ମାସର ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଶିଶୁ ହେଲେ ଓମ ପ୍ରକାଶ ଦଳେଇ। ଘର ନୟାଗଡ଼ ସଦର ଥାନା ରାଉତରାପୁର ଗାଁରେ। ଶିଶୁ ମୃତ୍ୟୁ ପରେ ଗୁରୁବାର ମଧ୍ୟାହ୍ନରେ ମାତୃ ଶିଶୁ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଥିଲା। ଡାକ୍ତରଙ୍କ ଅବହେଳାକୁ ବିରୋଧ କରି ଚିକିତ୍ସାଳୟରେ ମଧ୍ୟାହ୍ନ ୧୨.୨୦ରୁ ଠେଲାପେଲା ୧୦ ମିନିଟ ଧରି ଧସ୍ତାଧସ୍ତି ହୋଇଥିଲା। ଏପରିକି ଆନ୍ଦୋଳନକାରୀ ଭଙ୍ଗାରୁଜା କରିବାକୁ ଉଦ୍ୟମ କରିଥିଲେ। ପୋଲିସ ପରିସ୍ଥିତି ନିୟନ୍ତ୍ରଣ କରିଥିଲେହେଁ ଉତ୍ତେଜନା ଥମିନି।
ଅଭିଯୋଗ ଅନୁସାରେ, ବୋଦାପଡା ଏଏନଏମ ସେଣ୍ଟରରେ ଏଏନଏମ ବୁଧବାର ପୋଲିଓ ଓ ଟିକା ଦେଇଥିଲେ। କିଛି ସମୟ ପରେ ଟିକା ନେବା ସ୍ଥାନରୁ ରକ୍ତ ବାହାରିଥିଲା। ଯାହା ବନ୍ଦ ହୋଇ ନ ଥିଲା। ଅବସ୍ଥା ଗୁରୁତର ହେବାରୁ ମା’ ଜ୍ୟୋତ୍ସା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସୁସ୍ଥ ହେବା ପରେ ଘରକୁ ନେଇଥିଲେ। ତେବେ ଗୁରୁବାର ସକାଳେ ପୁଣି ରକ୍ତ ାବ ହେବ ସହ ଶିଶୁ ଗୁରୁତର ହୋଇଥିଲା। ପରେ ଶିଶୁର ମୃତ୍ୟୁ ହୋଇଥିଲା। ଏନେଇ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛ।